ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀର ଚରିତ୍ରକୁ ନେଇ ହତ୍ୟାକାଣ୍ଡର ରାୟପ୍ରକାଶ: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମନା ଆଦେଶ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ରୁଗୁଡିସାହି ଠାରେ ୨୦୨୦ରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ଘଟି ଯାଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ବୁଧବାର ଦିନ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ କେନ୍ଦୁଝର ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କ ଜରିମନା ଆଦେଶ ଦେଇଛନ୍ତି।

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟା, ନୟାକୋଟ ଥାନା ରୁଗୁଡି ସାହିରେ ଯଦୁମଣି ମହାକୁଡ଼ ଏବଂ ତାଙ୍କ ପତ୍ନୀ ବନିତା ମହାକୁଡ଼ ୩ ସନ୍ତାନକୁ ନେଇ ବସବାସ କରୁଥିଲେ । ଯଦୁମଣି ବିଭିନ୍ନ କାରଣରୁ ତାଙ୍କ ସ୍ତ୍ରୀ ବନିତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏହିଘଟଣାକୁ ନେଇ ୨୩/୧୦/୨୦୨୩ ରାତ୍ରି ପ୍ରାୟ ୮ରେ କଳହ ଉଗ୍ର ରୂପ ନେଇଥିଲା। ରାଗରେ ଯଦୁମଣି ଘରେ ଥିବା କୁରାଢ଼ିରେ ତାଙ୍କ ସ୍ତ୍ରୀକୁ ହାଣୀ ହତ୍ୟା କରିଥିଲେ।

ଅଭିଯୋଗ ଅନୁସାରେ ନୟାକୋଟ ଥାନା ପୁଲିସ କେଶ ନମ୍ବର ୬୧/୨୦୨୦ ଦଫା ୩୦୨ ରେ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମମଲାଟି ଜିଲ୍ଲା ଦୌରା ଜଜ କୋର୍ଟର ଏସଟି କେଶ ନମ୍ବର-୬/୨୦୨୧ ଅନୁସାରେ ବିଚାର ଚାଲିଥିଲା। ବୁଧବାର  ଏହାର ଚୂଡାନ୍ତ ବିଚାର କରି ଅଭିଯୁକ୍ତକୁ ଦଣ୍ଡ ଦେଇଛନ୍ତି। ୧୨ ଜଣ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଯଦୁମଣି ମହାକୁଡ଼କୁ କେନ୍ଦୁଝର ଜିଲ୍ଲା ଦୌରାଜଜ ଚିତ୍ତରଞ୍ଜନ ମହାପରର ଆଜୀବନ କାରାଦଣ୍ଡ ଓ ୫୦ ଜରିମନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପ୍ରଦୀପ ଦାଶ ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି।

Leave A Reply

Your email address will not be published.