ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଉଥିବା ବେଳେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଅଁଳାବେରେନି: ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପଧାନଙ୍କ ୧୦ବର୍ଷର ପୁଅ ପ୍ରଭାକର ପଧାନ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଟା ବେଳକୁ ପ୍ରଭାକର ଓ ତାଙ୍କ ସାଥିଙ୍କ ସହ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧେଇବା ବେଳେ ପ୍ରଭାକର ବୁଡିଯାଇଥିଲା। ସାଙ୍ଗମାନେ ତୁରନ୍ତ ଘରଲୋକଙ୍କୁ ଖବର ଦେଇଥିଲେ। ଘରଲୋକେ ପହଞ୍ଚି ପ୍ରଭାକରକୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.