ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆ ଦୈନିକ ଖବରକାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ମିନି ମାରାଥନ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଆ ଦୈନିକ ଖବରକାଗଜ ‘ସକାଳ’ର ଆଜି ପ୍ରଥମ ସ୍ୱନକ୍ଷତ୍ର ଦିବସ । ଏହା ସହିତ ଆଜି ବିଶ୍ୱ ଏଡସ୍ ଦିବସ । ଏହି ଅବସରରେ ଆଜି ଅନୁଷ୍ଠିତ ହୋଇଛି ମିନି ମାରାଥନ । ରାଜ୍ୟର ୯ଟି ସହରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା । ଯାହାରା ଥିମ୍ ରହିଛି ଆମେ ଲଢିବା, ଆମେ ବଢ଼ିବା’ । ସତର୍କତା ଓ ସଚେତନତା ହିଁ ଏଡସ୍‌ ଓ କରୋନା ମହାମାରୀ ବିରୋଧରେ ଲଢିବାର ବଡ଼ ଅସ୍ତ୍ର ।

ଏହାକୁ ପାଥେୟ କରି ବିଶ୍ୱ ଏଡସ ଦିବସ ଅବସରରେ ମିନି ମାରାଥନର ଆୟୋଜନ କରିଛି ସକାଳ ଓ ନନ୍ଦିଘୋଷ ଟିଭି । ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଥିଲା ଗଣଦୌଡ଼ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଜୟପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନୁଗୁଳରେ ପୂର୍ବ ସ୍ଥିରୀକୃତ ସ୍ଥାନ ଓ ସମୟରେ ଏହି ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରୁ ଗଣଦୌଡ଼ ଆରମ୍ଭ ହୋଇ ଏକାମ୍ର ହାଟରେ ଶେଷ ହୋଇଥିଲା ।


ଭୁବନେଶ୍ୱରରେ ଅନୁଷ୍ଠିତ ମିନି ମାରାଥନ୍‌କୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୈନିକ ସକାଳ ସିଇଓ ସୁବ୍ରତ ଦାଶ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ସମାଜସେବୀ ମୀରା ପରିଡ଼ା, ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା, ପପୁ ପମପମ, ଦୟା, ଶଙ୍କର ଉପସ୍ଥିତ ଥିଲେ ।

ବ୍ରହ୍ମପୁରରେ ଆୟୋଜିତ ମିନି ମାରାଥନ୍ କାର୍ଯ୍ଯକ୍ରମକୁ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ୟୁନିଭର୍ସିଟିର ପୂର୍ବତନ ଭିସି ପ୍ରଫେସର ଜୟନ୍ତ ମହାପାତ୍ର, ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ

ବାଲେଶ୍ୱରରେ କାର୍ଯ୍ଯକମ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ବିଧାୟକ ସ୍ୱରୂପ ଦାସ, ବିଜେଡି ନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଉରକେଲାରେ ଶୁଭାରମ୍ଭ କଲେ RSP ଇଡି ପ୍ରମୋଦ ଶତପଥୀ । ପୂର୍ବତନ ହକି ଖେଳାଳି ଲାଜରୁସ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବଲପୁରରେ ଶୁଭାରମ୍ଭ କଲେ ଜିଏମ୍ ୟୁନିଭର୍ସିଟି କୁଳପତି ଏମ ନାଗାରାଜୁ ଓ ଏସପି ଡି ଗଙ୍ଗାଧର । ଟାଟା ପାଓ୍ୱାର ସିଇଓ ଥିଲେ ସାମିଲ । ସେହିଭଳି କଟକରେ ଅନୁଷ୍ଠିତ ମିନି ମାରାଥନ୍ କାର୍ଯ୍ଯକ୍ରମକୁ ଉଦ୍‌ଘାଟନ କରିଥିଲେ ବିଧାୟକ ଦେବୀ ରଂଜନ ତ୍ରିପାଠୀ । ପୁରୀରେ ଏସପି କେ ବିଶାଲ ସିଂ ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳରେ ଶୁଭାରମ୍ଭ କଲେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ । ସେହିଭଳି ଜୟପୁରରେ ଶୁଭାରମ୍ଭ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସପି ବି ଗୁଣ୍ଠାପଲ୍ଲୀ ।

Leave A Reply

Your email address will not be published.