ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୁପୂରଙ୍କ ସମର୍ଥନରେ ପୋଷ୍ଟ କରିଥିବା ଟେଲରଙ୍କୁ ହାଣି ହତ୍ଯାକଲେ ଦୁର୍ବୃତ୍ତ

ଉଦୟପୁର: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣେ ବ୍ଯକ୍ତିଙ୍କୁ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି। ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ଦୁଇ ମୁସଲିମ ଯୁବକ। ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଉଦୟପୁର ଜିଲ୍ଲାରେ ୨୪ଘଣ୍ଟା ପାଇଁ ନେଟ ବନ୍ଦ ରହିଛି।

କହ୍ନେୟାଲାଲ ତେଲିଙ୍କର ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ସୁପ୍ରିମ ଟେଲର ନାଁରେ ଦୋକାନ ରହିଛି ।  ମାପ ଦେବା ବାହାନା କରି ଦୋକାନରେ ପସିଥିଲେ । କହ୍ନେୟାଲାଲ କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଆକ୍ରମଣ କରିଦେଇଥିଲେ । ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ଖବର ପାଇ ଧାନମଣ୍ଡି ସମେତ ଘଣ୍ଟାଘର ଏବଂ ସୁରଜପୋଲ ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲ । ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ସୂଚନାନୁଯାୟୀ କହ୍ନେୟାଲାଲ ବିଳାସ ଅଞ୍ଚଳରେ ରହୁଥିଲେ । ୧୦ ଦିନ ପୂର୍ବରୁ ସେ ବିଜେପିରୁ ବହିସ୍କୃତ ନୁପୂର ଶର୍ମାଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଏକ ସମ୍ପ୍ରଦାୟରୁ ଧମକ ଆସୁଥିଲା । କହ୍ନେୟାଲାଲ ଏତେ ଭୟଭୀତ ଥିଲେ ଯେ ୬ ଦିନ ହେବ ନିଜ ଟେଲର ଦୋକାନ ଖୋଲୁ ନ ଥିଲେ । ତାଙ୍କୁ ଧମକ ଦେଉଥିବା ମୁସଲିମ ଯୁବକଙ୍କ ବିରୋଧରେ ପୁଲିସରେ ମାମଲା ମଧ୍ୟ ରୁଜୁ କରିଥିଲେ କହ୍ନେୟାଲାଲ । ହେଲେ ପୁଲିସ ଏହାକୁ ଗମ୍ଭୀରତାର ସହ ନେଇ ନ ଥିଲା । ତାଙ୍କର ଏବେ ମୃତ୍ୟୁ ହେବାପରେ ଅଞ୍ଚଳରେ ଅଶାନ୍ତି ଦେଖାଯାଇଛି।

ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଜଘନ୍ୟ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସମସ୍ତେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି । ସୂଚନା ଥାଉକି ବିଜେପିର ପୂର୍ବତନ ନେତ୍ରୀ ନୁପୂର ଶର୍ମା ଏକ ଟିଭି ସୋ’ରେ ମୁସଲିମ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତାଙ୍କର ଏହି ବୟାନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା ।

Leave A Reply

Your email address will not be published.