ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଉନ୍ମାଦ ଯୁବକ

ଜଗତସିଂହପୁର: ଚୋର ଖୋଜିବାକୁ ଯାଇଥିବା ପୁଲିସକୁ ଆକ୍ରମଣ । ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହିର ତୋଟାସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତ କାଲି ବିଲମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ ଘଣ୍ଟ, ହୁଣ୍ଡି, ପଇସା, ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ତିର୍ତ୍ତୋଲ ଥାନା ପୁଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ।

ପୁଲିସ ସେଠାରେ ପହଁଚିବାପରେ ଡ୍ରଗ୍ସ ସ୍କ୍ୱାର୍ଡ ପହଞ୍ଚି ଥିଲା। ପୁଲିସ କୁକୁର ଯୁଆଡେ ଗଲା ପୁଲିସ ତା ପଛେ ପଛେ ଯାଇଥିଲା। ଏହି ସମୟରେ ଉକ୍ତ ଗ୍ରାମର ନନ୍ଦୁ ବରାଳ ଘରେ କୁକୁର ପଶିଥିଲା । ସେପଟେ କୁକୁର ନନ୍ଦୁ ଘରେ ପଶିବାରୁ ପୁଲିସ ତାଙ୍କ କବାଟ ବାଡେଇଲା ଘରୁ ନନ୍ଦୁ କରୋନା ହୋଇଥିବା କହି ପ୍ରଥମେ କବାଟ ଖୋଲି ନଥିଲେ । ପରେ କବାଟ ଖୋଲିବା ସହ ପୁଲିସ ବେକରେ ଖଣ୍ଡା ଲଗାଇଥିଲେ ଏବଂ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.