ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନଦୀକୁ ଖସିପଡିଲା ୨୬ ଯବାନଙ୍କୁ ନେଇଯାଉଥିବା ଗାଡି, ୭ ମୃତ

ନୂଆଦିଲ୍ଲୀ : ୭ ବୀର ଯବାନଙ୍କୁ ହରାଇଛି ଦେଶ। ଲଦାଖରେ ଏକ ସଡକ ଦୁର୍ଘଟଣାରେ ଚାଲିଯାଇଛି ୭ ଯବାନଙ୍କ ଜୀବନ। ଲଦାଖର ତୁରତୁକ ସେକ୍ଟରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାତ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା ଯବାନଙ୍କ ଗାଡି। ତୁରନ୍ତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସାତ ଯବାନଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସମସ୍ତ ଯବାନଙ୍କୁ ଗଭୀର ଆଘାତ ଲାଗିଛି।

ମିଳିଥିବା ସୂଚନାଅନୁସାରେ  ୨୬ ଜଣ ଯବାନ ଥିବା ସେନାର ଏକ ଗାଡ଼ି ଟୁରଟୁକ ସେକ୍ଟରର ପର୍ଟାପୁର ବେସକ୍ୟାମ୍ପରୁ ହନିଫ ସବ-ସେକ୍ଟରସ୍ଥିତ ଏକ ଫରଓ୍ବାର୍ଡ ଅଂଚଳକୁ ଯାଉଥିଲା । ପୂର୍ବହ୍ନ ୯ଟା ବେଳେ ଗାଡ଼ିଟି ରାସ୍ତା ଉପରେ ନିୟନ୍ତ୍ରଣ ହରାଇ ସ୍ୟୋକ ନଦୀରେ ଖସିପଡ଼ିଥିଲା । ଗାଡ଼ିଟି ପ୍ରାୟ ୫୦-୬୦ ଫୁଟ ଉଚ୍ଚରୁ ଖସିପଡ଼ିଥିବା କୁହାଯାଉଛି ।ଏହି ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ସମସ୍ତ ୨୬ ଜଣ ଯବାନଙ୍କୁ ଉଦ୍ଧାର କରି ପରତାପୁର ୪୦୩ ଫିଲ୍ଡ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ୭ ଜଣ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାପରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି । ସେପଟେ ଲେହରୁ ଏକ ସର୍ଜିକାଲ ଟିମ ପରତାପୁର ପଠାଯାଇଛି ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ଓ୍ବେଷ୍ଟର୍ଣ୍ଣ କମାଣ୍ଡ ହସପିଟାଲ ଅଣାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଗୁରୁତର ଆହତ ଯବାନଙ୍କ ସହାୟତା ପାଇଁ ବାୟୁସେନା ସହ ଯୋଗାଯୋଗ କରାଯାଇଛି। ସେମାନଙ୍କ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ଓ୍ଵେଷ୍ଟର୍ଣ୍ଣ କମାଣ୍ଡ ପଠାଯାଇପାରେ। ତେବେ ସେନାର ବସ୍ କେଉଁ କାରଣରୁ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାକୁ ନେଇ ସେନା ପକ୍ଷରୁ ଆନୁଷ୍ଠାନିକ ବୟାନ ବି ଜାରି କରାଯାଇନାହିଁ।

Leave A Reply

Your email address will not be published.