ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିନ୍ନ ଅନ୍ଦାଜରେ ଲୁଟ କରୁଛନ୍ତି ଲୁଟେରା: ତାଲା ଭାଙ୍ଗି ଚୋରି କଲେ, ପୁଣି ନୂଆ ତାଲା ପକାଇ ଫେରାର ହେଲେ

ରାଉରକେଲା: ଲୁଟ କରିବା ନେଇ ଲୁଟେରାଙ୍କ ନୂଆ ଅନ୍ଦାଜ। ବନ୍ଦ ଘରୁ ତାଲା ଭାଙ୍ଗି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର । ଏମିତି ଅଭିନବ ଲୁଟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୪ ଅଞ୍ଚଳରେ । ବନ୍ଦ ଥିବା ଘରୁ ତାଲା ଭାଙ୍ଗି ଘରର ସବୁ ମୂଲ୍ୟବାନ ସମ୍ପତି ଲୁଟି ନେବାପରେ ଲୁଟେରାମାନେ ଘରେ ନୂଆ ତାଲା ପକାଇ ଚମ୍ପଟ ମାରିଛନ୍ତି । ଘର ମାଲିକ ପହଞ୍ଚି ନୂଆ ତାଲା ପଡିଥିବାଦେଖି ପୁଲିସକୁ ଖବର ଦେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା ।

ସୂଚନା ଅନୁଯାୟୀ, ରାଉରକେଲା ସହରର ସେକ୍ଟର ୪ ସି- ୧୨ କ୍ବାର୍ଟର୍ସରେ ରୁହନ୍ତି RSP GMଗୈାତମ ଗାଙ୍ଗୁଲି । ଗତକାଲି ସେ ଘରକୁ ଫେରି ଦେଖନ୍ତିତ ଘରେ ନୂଆ ତାଲା ପଡିଛି । ସନ୍ଦେହ ହେବାରୁ ସେ ସେକ୍ଟର ୩ ଥାନାକୁ ଖବର ଦେଇଥିଲେ। ପୁଲିସ ତାଲା ଭାଙ୍ଗି ଘରେ ପଶିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଲୁଟେରାମାନେ ପୁରୁଣା ତାଲା ଭାଙ୍ଗି ଘରର ମୂଲ୍ୟବାନ ସମ୍ପତି ଚୋରି କରିବା ପରେ ନୂଆ ତାଲା ପକାଇ ଫେରାର ହୋଇଯାଇଥିଲେ। ସାଇଣ୍ଟିଫିକ ଟିମ ସହ ସେକ୍ଟର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.