ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଣିଷ ୩ ବର୍ଷରେ ପିଉଥିବା ପାଣିରେ ତିଆରି ହୋଇଥାଏ ଗୋଟିଏ ଜିନ୍ସ

ଜାତିସଂଘ: ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ପକ୍ଷରୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ୩ ବର୍ଷରେ ଯେତିକି ପାଣି ପିଏ ସେତିକି ପାଣିରେ ଗୋଟିଏ ଜିନ୍ସ ତିଆରି ହୋଇଥାଏ। ତଥ୍ୟ ଅନୁଯାୟୀ ମନୁଷ୍ୟ ଏହି ସମୟରେ ୩୭୮୧ ଲିଟର ପାଣି ପିଇଥାଏ। ଗୋଟିଏ ଜିନ୍ସ ତିଆରି ପାଇଁ ଏତିକି ପାଣି ଲାଗିଥାଏ। ପୋଷାକଙ୍କୁ ରଙ୍ଗୀନ କରିବା ପାଇଁ ବର୍ଷକେ ପ୍ରାୟ ୨୦ ହଜାର ଟନ୍‌ ପାଣି ବ୍ୟବହାର କରାଯାଇଥାଏ। ପୋଷାକରେ ରଙ୍ଗ ଦେଇସାରିବା ପରେ ଏହି ପାଣି ନଦୀରେ ମିଶି ପାଣିକୁ ପ୍ରଦୂଷିତ କରିଥାଏ। ଏହା ରୋଗ ଜୀବାଣୁ ସୃଷ୍ଟିରେ ସହାୟକ ହୋଇଥାଏ। ଅଧ୍ୟୟନ ଅନୁଯାୟୀ ଆବର୍ଜନାର ୫୭ ପ୍ରତିଶତ ଅଂଶ କେବଳ ପୋଷାକରୁ ଆସିଥାଏ।

Leave A Reply

Your email address will not be published.