ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାଶିବରାତ୍ରୀରେ ମର୍ମନ୍ତୁଦ ଦୁର୍ଘଟଣା : ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

ଆଗ୍ରା : ମହାଶିବରାତ୍ରୀରେ ଅଘଟଣ । ସକାଳୁ ଦୁର୍ଘଟଣାରେ ଗଲା ୮ ପ୍ରାଣ । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏହି ଦୁର୍ଘଟଣା । ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ ୮ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଗ୍ରାର ଏତ୍‌ମାଦ୍ଦୁଲା ଥାନା ଅଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ-୨ରେ ଭୋର୍‌ ୫: ୧୫ ସମୟରେ ଗୋଟାଏ ‘ଏସ୍‌ୟୁଭି’ କାର୍‌ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଏଭଳି ହୃଦୟବିଦାରକ ଦୁର୍ଘଟଣା ଘଟିଛି।  ଟ୍ରକ୍‌ରେ ଧକ୍କା ଖାଇଥିବା ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ ‘ସ୍କର୍ପିଓ’ରେ ୧୨ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ସମ୍ଭବତଃ ଚାଳକ ଢୁଳାଇ ପଡ଼ିବାରୁ ‘ଏସ୍‌ୟୁଭି’ ତାଙ୍କ ନିୟନ୍ତ୍ରଣରୁ ବାହାରି ରାସ୍ତାର ‘ଡିଭାଇଡର୍‌’କୁ ଟପି ଅପରପାର୍ଶ୍ୱରୁ ଆସୁଥିବା କଣ୍ଟେନର୍‌ ଟ୍ରକ୍‌ ଉପରେ ଧକ୍କା ଖାଇଥିଲା। ଆଗ୍ରାରୁ ଆସୁଥିବା ଉକ୍ତ କଣ୍ଟେନର୍‌ ଟ୍ରକ୍‌ ଡ୍ରାଇଭର୍‌ ମଧ୍ୟ ଦୁର୍ଘଟଣା ଏଡ଼ାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ, କିନ୍ତୁ ବେଗ ଦ୍ରୁତ ଥିବାରୁ ତାହା ସମ୍ଭବ ହେଲାନାହିଁ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ସ୍କର୍ପିଓରେ ୧୨ଜଣ ଲୋକ ଥିବା ଜଣାପଡିଛି । ଏପଟେ ଆଜି ଭଳି ପବିତ୍ର ଦିନରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇ ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି ।

Leave A Reply

Your email address will not be published.