ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୋଷେଇ କରୁଥିବାବେଳେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ କଲେଜ ଛାତ୍ରୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗାଁରେ ଅଘଟଣ । କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ କଲେଜ ଛାତ୍ରୀ ଜଣଙ୍କ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ମହାନ୍ତ । ସେ ଗଡ଼ପଳାଶୁଣି କଲେଜର ଯୁକ୍ତ ଦୁଇ ଛାତ୍ରୀ ଥିଲେ । ଘରେ ରୋଷେଇ କରୁଥିବା ବେଳେ କାଠ ଚୁଲାରୁ ନିଆଁ ଡ୍ରେସରେ ଲାଗି ଯାଇଥିଲା । କ୍ଷଣକରେ ନିଆଁ ସମ୍ପୂର୍ଣ୍ଣ ଶରୀରକୁ ପୋଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ ପହଞ୍ଚି କିଛି ଆର୍ଥିକ ସହଯୋଗ କରିଥିଲେ । ଏଥିସହ ସମ୍ପୃକ୍ତ ପରିବାରକୁ କିପରି ସରକାରଙ୍କ ରେଡ଼କ୍ରସ ସଂସ୍ଥାରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ସେଥିପାଇଁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଦୃଷ୍ଟି ଗୋଚର କରିଥିଲେ ।

Leave A Reply

Your email address will not be published.