ରକ୍ତ ରଞ୍ଜିତ ହେଲା ରାଜଧାନୀ; ସାଙ୍ଗକୁ ଛୁରାମାଡ଼ କରି ରକ୍ତାତ କଲା ଆଉ ଜଣେ ସାଙ୍ଗ

ଭୁବନେଶ୍ୱର: ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ସାଙ୍ଗକୁ ଛୁରାମାଡ଼ କଲା ଆଉ ଜଣେ ସାଙ୍ଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ଛୁରାମାଡ଼ କରିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଏହି ଘଟଣା । ଦୁଇ ଜଣ ସାଙ୍ଗ ହେଲେ ଆଦିତ୍ୟ ରାୟ ଓ ସେକ ଅବଦୁଲ । ପୂର୍ବ ଝଗଡାକୁ ନେଇ ନିଶା ଶକ୍ତ ଅବସ୍ଥାରେ ସେକ ଅବଦୁଲକୁ ଛୁରାମାଡ଼ କରିଛି ଆଦିତ୍ୟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅବଦୁଲର ପେଟ ଓ ପିଞ୍ଜରାରେ କ୍ଷତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଅଟକ ରଖି ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । ତେବେ କେଉଁ କାରଣ ପାଇଁ ଆଦିତ୍ୟ ସାଙ୍ଗକୁ ଆକ୍ରମଣ କରିଛି ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ପଚରା ଉଚରା ଜାରି ରଖିଛି ।

Leave a comment