ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରେ ଭୁଶୁଡିଲା ୪ ମହଲା କୋଠା, ବହୁ ଲୋକ ଫସିରହିଥିବା ଆଶଙ୍କା

ଦିଲ୍ଲୀ: ନୂଆଦିଲ୍ଲୀର ସବ୍‌ଜି ମଣ୍ଡି ଅଞ୍ଚଳରେ ଭୁଶୁଡ଼ିଲା ୪ ମହଲା ବିଶିଷ୍ଟ କୋଠା । ଅନେକ ଲୋକେ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ନର୍ଥ ଦିଲ୍ଲୀ ସ୍ଥିତ ପରିବା ମଣ୍ଡିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ଦିଲ୍ଲୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି। କୋଠା ତଳେ କାମ ଚାଲୁଥିବାରୁ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି, ସ୍ଥିତି ଉପରେ ପୂରା ନଜର ରଖିଛି ବୋଲି ଟୁଇଟ୍‌ କରି କହିଛନ୍ତି କେଜ୍ରିୱାଲ । ପ୍ରବଳ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.