ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲରେ କଟୁରୀ ଧରି ପଶି ସମସ୍ତଙ୍କୁ ଗୋଡାଇଲା ମଦ୍ୟପ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ଶିକ୍ଷୟତ୍ରୀ

କେନ୍ଦୁଝର: କେନ୍ଦୁଝର ସଦର ବ୍ଳକ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଆଜି ସେହି ଗାଁର ଜଣେ ମଦ୍ୟପ ଦୁର୍ବୃତ୍ତ ଏକ କଟୁରୀ ନେଇ ହଠାତ ସ୍କୁଲରେ ପଶି ସମସ୍ତଙ୍କୁ ଭୟଭିତ କରିଥିଲା । କିଛି କାରଣ ନଥାଇ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ପିଲାଙ୍କୁ ଦୌଡ଼ାଇ ଥିଲା।  ଏହି ଭିତରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ସାମାନ୍ୟ ଆହାତ ହୋଇଥିଲେ। ଅନ୍ୟ ଜଣେ ଶିକ୍ଷୟତ୍ରୀ ଯାଇ ସଦର ଥାନାରେ ଅଭିଯୋଗ କରିଥିଲେ । ସଙ୍ଗେସଙ୍ଗେ ପୁଲିସ ଗାଁରେ ପହଞ୍ଚି ଦୁର୍ବୃତ୍ତକୁ ଖୋଜାଖୋଜି କରୁଛି । ହେଲେ ଏ ବାବଦରେ କେହି ବି ମୁହଁ ଖୋଲିବାକୁ ନାରାଜ ଥିବାବେଳେ ଦୁର୍ବୃତ୍ତକୁ ବର୍ତ୍ତମାନ ସୁଦ୍ଧା ପୁସିଲ ଧରିବାକୁ ସକ୍ଷମ ହୋଇ ନାହିଁ।

Leave A Reply

Your email address will not be published.