ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନାଲରେ ଭାସିଗଲେ ବୋଲବମ ଭକ୍ତ

ତାଳଚେର : ଆଜି ଭୋର ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁ ଅଷ୍ଟସମ୍ବୁ ମନ୍ଦିର କୁ ପାଣି ଢାଳିବା ପାଇଁ ସଙ୍ଗସାଥୀଙ୍କ ସହିତ ନିକଟସ୍ଥ କେନାଲ କୁ ସକାଳ ୫.୧୫ ମିନିଟ ରେ ଯାଇ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ କେନାଲ ପାଣି ସ୍ରୋତରେ ଭାସିଯାଇଥିଲେ। ଯୁବକ ଜଣକ ହେଲେ ତାଳଚେର ବାଘୁଆବୋଲ ଅଂଚଳର ସମ୍ଭୁ ବାରିକଙ୍କ ଜ୍ୟେଷ୍ଠ ପୁତ୍ର ଶ୍ୟାମ ସୁନ୍ଦର ବାରିକ ,ଏ ଘଟଣା ପରିବାର ଲୋକ ଜାଣିବାପରେ ବାଘୁଆବୋଲ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ତେବେ ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଂଚି ଦୀର୍ଘ ସାତ ଘଣ୍ଟା ଧରି ବହୁ ଖୋଜାଖୋଜି ସତ୍ୱେ ଏପର୍ଯ୍ୟନ୍ତ ଶ୍ୟାମ ସୁନ୍ଦର ଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ ।

Leave A Reply

Your email address will not be published.