ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରୁ ଉଦ୍ଧାର ହେଲା ୬ଦନିର ମୃତ ଶିଶୁକନ୍ଯା

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ସିଆଁରୁଇ ପଞ୍ଚାୟତ ଅନ୍ତର୍ଗତ ସିଆଁରୁଇ ଗାଁରେ ପୋଖରୀରୁ ୬ ଦିନର ମୃତ ଶିଶୁକନ୍ୟା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖବର ପାଇ କମର୍ଦ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମୃତ ଶିଶୁକନ୍ୟାର ବାପା, ମାଆ ସମତେ ୫ ଜଣଙ୍କୁ ଥାନାକୁ ଉଠାଇ ଆଣିଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ ସିଆଁରୁଇ ଗାଁର ଦମ୍ପତି ବଳରାମ ପାତ୍ର (୩୧) ଓ ବନ୍ଦନା ପାତ୍ର (୨୬) ଙ୍କ ଏକ ୩ ବର୍ଷର ଶିଶୁକନ୍ୟା ରହିଥିଲା ବେଳେ ୬ ଦିନ ପୂର୍ବେ ଅନ୍ୟ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ରବିବାର ରାତିରେ ପରିବାରର ସମସ୍ତେ ସେହି ଗାଁର ଏକ ବିବାହ ଭୋଜିକୁ ଯାଇଥିଲା ବେଳେ ବନ୍ଦନା ନିଜ ୬ ଦିନର ଶିଶୁକନ୍ୟାକୁ ନେଇ ଘରେ ଥିଲେ। ବିବାହ ଭୋଜି ଖାଇ ପରିବାରର ସମସ୍ତ ସଦସ୍ୟ ଘରେ ପହଞ୍ଚିବା ପରେ ବନ୍ଦନାଙ୍କ ପାଖରେ ତାଙ୍କ ଶିଶୁକନ୍ୟାକୁ ଦେଖିବାକୁ ପାଇ ନ ଥିଲେ। ଶିଶୁକନ୍ୟା ସମ୍ପର୍କରେ ପଚାରିବାରୁ ବନ୍ଦନା କୌଣସି ଉତ୍ତର ଦେଇନଥିଲେ। ପଶ୍ଚିମବଙ୍ଗର ସାହାଡ଼ା ଗାଁରେ ରହୁଥିବା ବନ୍ଦନାଙ୍କ ବାପାଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ବନ୍ଦନାଙ୍କ ବାପା ସେଠାରେ ପହଞ୍ଚି ପଚରାଉଚୁରା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଅନ୍ୟପକ୍ଷରେ ସେହି ରାତିରେ ବନ୍ଦନା ତା’ର ବାପାଙ୍କ ସହି ତାଙ୍କ ଘରକୁ ଚାଲିଯାଇଥିଲେ।

ସୋମବାର ପୂର୍ବାହ୍ନ ସମୟରେ ବଳରାମଙ୍କ ଘର ଠାରୁ କିଛି ଦୂରରେ ଥିବା ସ୍ବର୍ଗତ ଗଣପତି ଜେନାଙ୍କ କଣ୍ଟାବୁଦା ଘେରା ଏକ ପୋଖରୀରେ ଶିଶୁକନ୍ୟା ଭାସୁଥିବା ଦେଖିବାକୁ ମିଳିଥିଲା। ଶିଶୁକନ୍ୟାଟିକୁ ପାଣିରୁ ଉଦ୍ଧାର କରିଥିଲା ବେଳେ ସେତେବେଳକୁ ତା’ର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କମର୍ଦ୍ଦା ଥାନା ଭାରପ୍ରାପ୍ତ‌ ଅଧିକାରିଣୀ ଲୋପାମୁଦ୍ରା ପଣ୍ଡା,ଏଏସଆଇ ରାଧାଗୋବିନ୍ଦ‌ ମଢୁଆଳ‌ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଖବର ପାଇ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.