ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତମାଣ୍ଡୋରେ କରୋନା ସଚେନତା କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ତମାଣ୍ଡୋ ଅଞ୍ଚଳରେ ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ଉପସ୍ଥିତିରେ କରୋନା ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ଯାକ୍ରମ ସାମାଜିକ ସଂଗଠନ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିଟି ଡେଭଲପମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତାମାଣ୍ଡୋ ସରପଞ୍ଚ ଶ୍ରୀ ଜଗମୋହନ ପ୍ରଧାନ ଯୋଗ ଦେଇଥିଲେ। କରୋନାକୁ ହରାଇବା ପାଇଁ ସଚେତନତା କରାଯାଇଥିଲା। ଲୋକମାନେ ସାବୁନରେ ନିୟମିତ ହାତ ଧୋଇବା, କାଶ ସମୟରେ ପାଟିରେ ରୁମାଲ ଘୋଡାଇବା ଏବଂ କରୋନା ଲକ୍ଷଣ ଦେଖାଦେବା ପରେ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରିବା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଆଇସିଡି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଧର୍ମେନ୍ଦ୍ର କୁମାର ମଧ୍ୟ ଏସଏଚଜିର ମହିଳାମାନଙ୍କୁ କରୋନୋ ଟିକା ନେବାକୁ ସଚେତନ କରାଇଥିଲେ। ଏହି କାର୍ଯ୍ଯକ୍ରମରେ ଆଇସିଡି ସଂଗଠନ ଦ୍ୱାରା ଏସଏଚଜିର ମହିଳାମାନଙ୍କୁ  ମାସ୍କ ଏବଂ ସାବୁନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ସରପଞ୍ଚ  ଜଗମୋହନ ପ୍ରଧାନ, ବିମଲ କୁମାର ସିଂ, ଜ୍ୟୋତି ରଂଜନ ମହାପାତ୍ର, ଆଇସିଡିର ସ୍ବେଚ୍ଛାସେବୀ ସୁଭାଷ,  ମୁନା ଶର୍ମା, ସାନ୍ତୋଷ କୁମାର ଶାମା ଏବଂ ନୟବ ସରପଞ୍ଚ ସ୍ମୃତି ପ୍ରତୀମା ଦେବତା। ଏସଏଚଜି ଫେଡେରେସନ୍ ସଭାପତି ଶାନ୍ତିଲତା ଲେଙ୍କା ଇତ୍ୟାଦି ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.