ନିଆରା ସହର, ଯେଉଁଠି ଇଣ୍ଟର୍‌ନେଟ୍‌ ଚଳାଇଲେ ଭୋଗିବାକୁ ପଡିଥାଏ ଜେଲ୍‌ ଦଣ୍ଡ

ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱ ଡିଜିଟାଲ୍‌ ହୋଇଯାଇଛି। ସମସ୍ତଙ୍କ ପାଇଁ ମୋବାଇଲ୍‌ ଏକ ଅତ୍ୟାବଶ୍ୟକ ବସ୍ତୁରେ ପରିଣତ ହୋଇଛି ଏବଂ ଇଣ୍ଟରନେଟ୍‌ ସମସ୍ତଙ୍କ ପାଇଁ ଜରୁରି ହୋଇପଡ଼ିଛି। କିନ୍ତୁ ଏମିତି ଏକ ସହର ଅଛି, ଯେଉଁଠି ଇଣ୍ଟରନେଟ୍‌, ସ୍ମାର୍ଟଫୋନ୍‌, ଟିଭି ଓ ରିମୋଟ୍‌ ଦ୍ୱାରା ଚାଳିତ ଗାଡ଼ିର ବ୍ୟବହାର କରିବା ହେଉଛି ଆଇନଗତ ଅପରାଧ। ବୈଷୟିକ ସମୃଦ୍ଧ ଆମେରିକାରେ ଥିବା ଏହି ସହରର ନାମ ହେଉଛି ଗ୍ରୀନ୍‌ ବ୍ୟାଙ୍କ୍‌ ସିଟି। ଏହାର ଜନସଂଖ୍ୟା ୧୫୦। ଯଦି ଏହି ସହରରେ କେହି ୱାଇଫାଇ ବା ଇଣ୍ଟର୍‌ନେଟ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଥାଏ।

କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସହରରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟିୟରେବୁଲ୍‌ ରେଡିଓ ଟେଲିସ୍କୋପ୍‌ ଅଛି। ଏହି ଟେଲିସ୍କୋପ୍‌କୁ ଗ୍ରୀନ୍‌ବ୍ୟାଙ୍କ୍‌ ଟେଲିସ୍କୋପ୍‌ କୁହାଯାଏ। ଏହି ଟେଲିସ୍କୋପ୍‌ ସହାୟତାରେ ବୈଜ୍ଞାନିକମାନେ ମହାକାଶ ସମ୍ପର୍କୀୟ ତଥ୍ୟ ହାସଲ କରିଥାନ୍ତି। ଏହା ସହିତ ଏଥିରେ ପୃଥିବୀ ପୃଷ୍ଠରୁ ମହାକାଶକୁ ସିଗ୍‌ନାଲ ପଠାଯାଏ, ଯାହାଦ୍ୱାରା ସେଠାରୁ ତଥ୍ୟ ମିଳିପାରିବ। ଏହି ଉଚ୍ଚ ଶକ୍ତିସମ୍ପନ୍ନ ଟେଲିସ୍କୋପ୍‌ ୧୩ ଆରବ ପ୍ରକାଶ ବର୍ଷ ଦୂରତାର ଶବ୍ଦକୁ ମଧ୍ୟ ଆୟତ୍ତ କରିପାରେ। ତେଣୁ ଏହି ଦେଶରେ ଇଣ୍ଟର୍‌ନେଟ୍‌ କିମ୍ବା ମୋବାଇଲ୍‌ ଫୋନ୍‌ର ବ୍ୟବହାର ଦ୍ୱାରା ଟେଲିସ୍କୋପ୍‌ର କାର୍ଯ୍ୟକ୍ଷମତା ହ୍ରାସ ହୋଇପାରେ। ତେଣୁ ଏଠାରେ ଇଣ୍ଟରନେଟ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯାହାଫଳରେ ଏଠାକାର ଲୋକମାନଙ୍କର ଇଣ୍ଟର୍‌ନେଟ୍‌ ସହିତ ଜଡ଼ିତ କିଛି ଜ୍ଞାନ ନାହିଁ। ଏଠାରେ ରହୁଥିବା ପିଲାମାନେ ମଧ୍ୟ ସୋସିଆଲ୍‌ ମିଡିଆଠାରୁ ଦୂରେଇ ଅଛନ୍ତି।

Leave a comment