ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାବଧାନ! ଖସୁଛି ଚୀନ ନିର୍ମିତ ରକେଟ; ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ

ନୂଆଦିଲ୍ଲୀ: ଖସୁଛି ଚୀନ ନିର୍ମିତ ରକେଟ । ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ । ବାୟୁମଣ୍ଡଳରେ ଏହା ଘୂରିବା ସହ କୌଣସି ମୁହୂର୍ତ୍ତରେ ଏହା ଖସିବା ଆଶଙ୍କା ରହିଛି ।

ଗତ ୨ ବର୍ଷ ମଧ୍ଯରେ ଚତୁର୍ଥ ଥର ଲାଗି ଏହି ଧରଣର ଘଟଣା ଘଟିବାକୁ ଯାଉଛି । ଏହି ରକେଟ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ରକେଟ ଖସିପଡ଼ିବା ଘଟଣାରେ ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ଓ ୟୁରୋପ ।

ରକେଟ ଖସିପଡିବା ଘଟଣା ପ୍ରତି ୧୦ ହଜାରରେ ଗୋଟିଏ ହୋଇଥିବାବେଳେ ଚୀନ କ୍ଷେତ୍ରରେ ଏହା କାହିଁକି ଘଟୁଛି ବୋଲି ଦୁଇ ରାଷ୍ଟ୍ର ପ୍ରଶ୍ନ କରିଛନ୍ତି । ଲଙ୍ଗ ମାର୍ଚ୍ଚ ୫-ବି ରକେଟକୁ ଗତ ଅକ୍ବୋବର ୩୧ ତାରିଖରେ ଲଞ୍ଚ କରାଯାଇଥିଲା । ଚୀନର ସ୍ପେସ୍ ଷ୍ଟେସନ ତିଆଙ୍ଗଗଙ୍ଗରେ ଏହା ରହିବାର ଥିଲା । ମାତ୍ର ଲଞ୍ଚ ହେବା ପରେ ପରେ ଏହା କକ୍ଷଚ୍ୟୁତ ହୋଇଥିଲା ।

Leave A Reply

Your email address will not be published.