ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଟିଏ ପେନ୍ଥା ଅଙ୍ଗୁରର ଦାମ୍ ୩୩ ହଜାର ଟଙ୍କା !

ଭାରତୀୟ ବଜାରରେ ହେଉଥିବା ଅଙ୍ଗୁର କେଜି ପ୍ରତି ୧୦୦ରୁ ୨୦୦ ଟଙ୍କା ମଧ୍ୟରେ ହୋଇଥାଏ। କିନ୍ତୁ ପେନ୍ଥାଏ ଅଙ୍ଗୁରର ଦାମ୍ ୩୩ ହଜାର ଟଙ୍କା ଶୁଣି ଯେକେହି ଆଶ୍ଚର୍ଯ୍ୟ ହେବେ । ‘ରୁବି ରୋମାନ’ ନାମକ ଏହି ପ୍ରଜାତିର ଅଙ୍ଗୁର ପେନ୍ଥାର ଦାମ୍ ୩୩ ହଜାର ଟଙ୍କା। ଏହି ଅଙ୍ଗୁର କେବଳ ଜାପାନରେ ହିଁ ଚାଷ କରାଯାଏ। ସାଧାରଣ ଅଙ୍ଗୁର ତୁଳନାରେ ରୁବି ରୋମାନର ଅକାର ଚାରିଗୁଣ ବଡ଼ ଓ ସ୍ବାଦ ମଧ୍ୟ ପୂରାପୂରି ନିଆରା। ଅବଶ୍ୟ ଅଙ୍ଗୁରର ଏଭଳି ଆକାଶଛୁଆଁ ଦରକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଏହାକୁ ବିଶ୍ବର ସବୁଠୁ ବଡ଼ ତଥା ନାଲି ରଙ୍ଗର ଅଙ୍ଗୁର ବୋଲି କହିଛନ୍ତି ଜାପାନର ଜଣେ ଗବେଷକ । ରୋମାନ ଅଙ୍ଗରକୁ ପ୍ରଥମଥର ପାଇଁ ୧୯୯୫ ମସିହାରେ ବିକଶିତ କରାଯାଇଥିଲା। ପ୍ରତ୍ୟେକ ବର୍ଷ ରୁବି ରୋମାନ ଅଙ୍ଗୁରର ମାତ୍ର ୨୪୦୦ ଗୁଚ୍ଛା ଉତ୍ପନ୍ନ କରାଯାଏ । ଏହାର ଆକାର ଓ ରଙ୍ଗ ଯୋଗୁଁ ଦାମ୍ ଅଧିକ ହୋଇଥିବା କୁହାଯାଉଛି। ଅନ୍ୟପଟେ ଏହି ଅଙ୍ଗୁରଗୁଡ଼ିକ ଟମାଟୋ ଆକୃତିର ହୋଇଥାନ୍ତି। ସାଧାରଣ ଅଙ୍ଗୁର ତୁଳନାରେ ଏହାର ସ୍ବାଦ ୧୮ ଗୁଣ ଅଧିକ । ସୁପରିୟର, ସ୍ପେସାଲ ସୁପରିୟର ଓ ପ୍ରିମିୟମ୍ ତିନିଟି ଶ୍ରେଣୀରେ ଏହାକୁ ବିଭକ୍ତ କରାଯାଇଛି । ଏହି ଅଙ୍ଗୁରଗୁଡ଼ିକ ବଜାରରେ ଉପଲବ୍ଧ ହୋଇନଥାଏ। ଏହା କେବଳ ନିଲାମ ପାଇଁ ଉଦ୍ଦିଷ୍ଟ। ଏହି ଅଙ୍ଗୁରର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର ହେବା ପରେ ଏହା ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

Leave A Reply

Your email address will not be published.