ସମ୍ବଲପୁରରେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି।  ଆଜି ସମ୍ବଲପୁରରେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଜି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ରାସେଶ୍ବରୀ ପାଣିଗ୍ରାହୀ ଯୋଗଦେଇଥିଲେ।

Leave a comment