ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଗୋଡାଇ ମାରିଲା ମହୁମାଛି; ୫୦ରୁ ଅଧିକ ଆହତ, ଶିକ୍ଷକ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ୫୦ରୁ ଅଧିକ ପରୀକ୍ଷାର୍ଥୀ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି। ସୁଚନା ଅନୁସାରେ ହରିଚନ୍ଦନପୁର ଆର ଆଇ ଅଫିସ ନିକଟରେ ଥିବା ଏକ ଗଛରେ ମହୁମାଛି ରହୁଥିଲେ। ଗତକାଲି ଏକ ଶାଗୁଣା ମହୁମାଛିଙ୍କୁ ଘଉଡ଼ାଇ ଥିଲା, ଫଳରେ ମହୁମାଛି ପଲ୍ଲ ଏପଟ ସେପଟ ହେଉଥିଲେ। ଆଜି ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ମହୁମାଛି ପିଲ୍ଲାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ୫୦ରୁ ଅଧିକ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ପରୀକ୍ଷାର୍ଥୀ ଅଧିକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସାପରେ ପରୀକ୍ଷା କେନ୍ଦ୍ରକୁ ଛଡା ଯାଇଛି। ଅନ୍ୟପକ୍ଷରେ ରାଧାକୃଷ୍ଣପୁର ହାଇସ୍କୁଲ ପିଟାପିଟିର କିଶୋର ମହାନ୍ତି ନାମକ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ବାଇକରୁପଡି ଗୁରୁତର ହୋଇଥିବା ଖବର ମିଳିଛି। ତେବେ ମହୁମାଛି ଆକ୍ରମଣ ସତ୍ତ୍ୱେ ସମସ୍ତ ପିଲା ପରୀକ୍ଷା ଦେଇଥିବା ଖବର ମିଳିଛି।

Leave a comment