ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରିତ୍ୟକ୍ତ କୂଅରେ ପଡ଼ିଲା ହାତୀ ଛୁଆ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ରେଞ୍ଜ ବଡବାରବା ପଳାସ ପଲି ଗ୍ରାମ ଜଙ୍ଗଲ ନିକଟସ୍ଥ ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ହାତିଟି ବିଳମ୍ବତ ରାତିରେ ପଡ଼ିରହିଛି । ଖବର ପାଇ ବଡବାରବା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତିଟି ପାଖରେ କଦଳୀ କାନ୍ଧୀ ଖାଇବା ଲୋଭ ଦେଖାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁଯାୟୀ, କନ୍ଧମାଳ ଗଞ୍ଜମ୍ ସୀମାନ୍ତ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନାଞ୍ଚଳର ବଡ଼ ବାରବାର ପଳାଶ ପଲ୍ଲୀ ଜଙ୍ଗଲରେ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୁଅରେ ଏକ ଛୁଆ ହାତୀ ପଡ଼ିଯାଇଥିବା ଜଣାପଡ଼ିଛି । ଆଖପାଖ ଲୋକଙ୍କ ନିକଟରୁ ଖବର ପାଇ ବଡ଼ବାରବା କ୍ଷେତ୍ରରେ କାର୍ଯ୍ୟରତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ପରିତ୍ୟକ୍ତ କୁଅରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.