ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁଲ ଟିକାକାରଣ ପାଇଁ ଚାଲିଗଲା ଶିଶୁପତ୍ରର ଜୀବନ ! ହସ୍ତକ୍ଷେପ କଲା ମାନବାଧିକାର ଆୟୋଗ

ଧର୍ମଶାଳା: ଧର୍ମଶାଳା ଥାନା ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମରେ ଭୁଲ ଟିକାକରଣ ପାଇଁ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି । ଶିଶୁ ମୃତ୍ୟୁ ପାଇଁ ଟିକା ଦେଇଥିବା ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ଦାୟିତ୍ୱହୀନତା କୁ ଦାୟୀ କରି ତାଙ୍କ ବିରୋଧରେ ଶିଶୁ ର ମାଆ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ କ୍ରମେ ପୁଲିସ ପହଞ୍ଚି ମାଟି ତଳେ ପୋତିଦେଇଥିବା ଶିଶୁପୁତ୍ରକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

ଘଟଣାରୁ ପ୍ରକାଶ ଯେ, ନବୀନ ସେଠୀ ଓ ବେବୀ ସେଠୀଙ୍କ ତୃତୀୟ ସନ୍ତାନ ଭାବରେ ଗତ ୩ ମାସ ତଳେ ଏହି ଶିଶୁପୁତ୍ର ଜନ୍ମଲାଭ କରିଥିଲା । ପୂର୍ବରୁ ତାଙ୍କର ଦୁଇଟି ଝିଅ ରହି ରହିଛନ୍ତି। ଗତ ୨୦ ତାରିଖରେ ଏହି ଶିଶୁପତ୍ରକୁ ନେଇ ବେବୀ ଫାଜିଲପୁର ସ୍ଥିତ ଅଙ୍ଗନୱାଡି କେନ୍ଦ୍ରକୁ ଟିକା ଦେବା ପାଇଁ ଆଣିଥିଲେ । ପ୍ରଥମେ ଦୁଇଟି ଟିକା ଅଣ୍ଟାରେ ଦେବା ପରେ ପୂର୍ବ ମାସର ବକେୟା ଅନ୍ୟ ଟିକା ହାତରେ ଦେବା ସହ ପୋଲିଓ ବୁନ୍ଦା ଦିଆଯାଇଥିଲା । ଘରକୁ ଫେରିବା ବେଳେ ଶିଶୁକୁ ପ୍ରବଳ ଜ୍ୱର ହୋଇଥିଲା । ଏନେଇ ଆଶା କର୍ମୀଙ୍କୁ ପଚାରିବାରୁ ନେବାରୁ ଜ୍ୱର ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ଜ୍ୱର ନକମିବାରୁ ତାକୁ କଟକ ଶିଶୁ ଭବନ ନେଇଥିଲେ । ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ୨୯ ତାରିଖରେ ମୃତ୍ୟୁ ଘଟିଥିଲା । ପରିବାର ଲୋକ ମୃତ ଦେହ ଆଣି ଘର ନିକଟରେ ପୋତି ଦେଇଥିଲେ । ମାତ୍ର ଏହି ମୃତ୍ୟୁ ପାଇଁ ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଦାୟୀ ବୋଲି ଅଭିଯୋଗ କରି ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ତେବେ ପୁଲିସ ଘଟଣସ୍ଥଳକୁ ଯାଇ ମାଟିରୁ ପୋତାଯାଇଥିବା ଶିଶୁପୁତ୍ରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତ ଆଗେଇବ ବୋଲି ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ କହିଛନ୍ତି ।

ଅପରପକ୍ଷେ ଏହି ଶିଶୁ ମୃତ୍ୟୁ ଘଟଣାରେ ମାନବଧିକାର କର୍ମୀ ହସ୍ତକ୍ଷେପ କରିଛନ୍ତି । ଖବର ପାଇ ଜାତୀୟ ମାବଧିକାର ସାମୁଖ୍ୟର ଜିଲ୍ଲା ସଂଯୋଜକ ନାରାୟଣ ମଲିକ ଓ ବ୍ଲକ ସଂଯୋଜକ କାର୍ତ୍ତିକ ମଲିକ ଶଙ୍ଖ ଗାଁକୁ ଯାଇ ଘଟଣା ସମ୍ପର୍କରେ ପରିବାର ଠାରୁ ପୁଙ୍କାନୁପୁଙ୍ଖ ଶୁଣିବା ପରେ ଧର୍ମଶାଳା ଥାନାଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଅନୁରୋଧ କରିଛନ୍ତି । ରାଜ୍ୟ ମାନବାଧିକାର ଆୟୋଗର ସଭାପତି ରମେଶ ଭାରତୀଙ୍କ ହସ୍ତକ୍ଷେପ ନିମନ୍ତେ ଦୃଷ୍ଟି ଆକର୍ଷଣ କରାଯାଇଥିବା ଶ୍ରୀ ମଲିକ କହିଛନ୍ତି । ଏହି ଅସହାୟ ପରିବାର କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷରେ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବା ଜଣାଯାଇଛି ।

Leave A Reply

Your email address will not be published.