ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ କାନ୍ଥ ପଡି ୯ ବର୍ଷୀୟ ଛାତ୍ରର ମୃତ୍ୟୁ

କୋରାପୁଟ: କୋରାପୁଟ ସହରର ପିଏଚଡି କଲୋନିରେ ଅଭାବନୀୟ ଘଟଣା । କାନ୍ଥ ଭୁଷୁଡି ପଡି ବାଳକର ମୃତ୍ୟୁ । ମୃତ୍ୟୁବରଣ କରିଥିବା ୯ ବର୍ଷ ବାଳକ ନାଁ ପ୍ରିୟାଂଶୁ ରାଜଭତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାଟି ତଳୁ ଶବକୁ ଉଧାର କରିଛି । ଆଜି ସକାଳେ ଗାଧୁଆ ଘରକୁ ଯାଇଥିବାବେଳେ କାନ୍ଥ ଭୁଷୁଡି ପଡିଥିଲା । ଦୀର୍ଘ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବର୍ଷା ପାଣିରେ ଭିଜି କାନ୍ଥ ଭୁଷୁଡି ପଡିଛି । ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହୟାତା ଯୋଗାଇ ଦିଆଯିବ ବୋଲି ପ୍ରଶାସନପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.