ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁମ୍ଭୀର ସହ ଲଢି ନିଜ ଜୀବନ ବଞ୍ଚାଇଲେ ୭୦ବର୍ଷିୟା ମହିଳା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାହାକାଳପଡା ତନ୍ତିଆପାଳ ଥାନା ଅନ୍ତର୍ଗତ ଛତର ବଢି ଗାଁରେ ଜଣେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣଙ୍କ ନାମ ଅହଲ୍ୟା ପରିଡା ( ୭୦ )।

ସୂଚନା ଅନୁଯାୟୀ, ଅହଲ୍ଯା ଗତକାଲି ସନ୍ଧ୍ଯା ସମୟରେ ଶୌଚ ହେବାକୁ ନଦୀକୁ ଯାଇଥିଲେ। ଶୌଚ ସମୟରେ କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା । ହେଲେ ସେ କୁମ୍ଭୀର ସହ ଲଢି ନିଜ ଜୀବନ ବଞ୍ଚାଇଥିଲେ। ଜୀବନ ତ ବଞ୍ଚିଯାଇଛି ହେଲେ ଡାହଣ ଜଙ୍ଘ ଓ ଗୋଡରୁ କୁମ୍ଭୀର  ମାଂସ ନେଇ ଯାଇଛି। ଗୋଡ ହାଡ ମଧ୍ଯ ଭାଙ୍ଗି ଯାଇଛି । ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। । ଅହଲ୍ଯାଙ୍କର ୨ ଟି ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.