ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭ ବର୍ଷର ପୁଅ ସହ ୧୨ ମହଲାରୁ ଡେଇଁ ଆତ୍ମହତ୍ୟା

ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି ଆରୋପ ଲଗାଇଛନ୍ତି।

ତାଙ୍କ ପୁଅ ଘରେ ପାଟି କରୁଥିବା ନେଇ ପଡୋଶୀ ଅଭିଯୋଗ କରିବା ସହ ତାଙ୍କୁ ହଇରାଣ କରୁଥିବା ସେ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ମାମଲାରେ ସଂପୃକ୍ତ ଆପାର୍ଟମେଣ୍ଟର ଜଣଙ୍କୁ ଗିରଫ କରିଛି । ରେଶମା ନିକଟରେ କରୋନାରେ ପୀଡ଼ିତ ତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ହରାଇଥିବାରୁ ମନୋବଳ ହାରାଇ ଆତ୍ମହତ୍ୟା କରିପାରିଥାଆନ୍ତି ବୋଲି ମଧ୍ୟ କୁହାଯାଉଛି ।

Leave A Reply

Your email address will not be published.