ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୫ ବର୍ଷୀୟ ବୃଦ୍ଧ ଗିରଫ

ଅନୁଗୁଳ:  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ୬୫ ବର୍ଷର ଜଣେ ବୃଦ୍ଧ ମଙ୍ଗଳବାର ଗିରଫ ହୋଇଛନ୍ତି।

ସୂଚନା ମୁତାବକ, ସୋମବାର ଜଣେ ନାବାଳିକା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ। ଏହି ସମୟରେ ଗାଁର ଋଷି ନାଏକ ( ୬୫ ) ନାମକ ଜଣେ ବୃଦ୍ଧ ନାବାଳିକାଙ୍କୁ ରାସ୍ତାରେ ଅଟକାଇ କହିଲେ ତୋ ମା ’ ଡାକୁଛି ଆସ । ନାବାଳିକା ମନା କରିବାରୁ ଋଷି ନାବାଳିକାଙ୍କୁ ଯୋର ଜବରଦସ୍ତ ଟାଣିଟାଣି ଘର ଭିତରକୁ ନେଇ କବାଟ ବନ୍ଦକରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ନାବାଳିକା ପାଟି କରିବାରୁ ପାଖରେ ଥିବା ନାବାଳିକାଙ୍କ ବଡ଼ବାପା ଝିଅ ସେଠାରେ ପହଞ୍ଚି ପାଟିକରିଥିଲା । ପାଟି ଶୁଣି ପାଖରେ ଥିବା ଜଣେ ବ୍ୟକ୍ତି କବାଟ ଭାଙ୍ଗି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ନାବାଳିକାଙ୍କ ମା ‘ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ଋଷିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.