ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁନି କ୍ରିକେଟ ତାରକା: ଏକ ମିନିଟରେ ୧୩ ବଲ୍‌ ଖେଳି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୪ ବର୍ଷର ଶିଶୁପୁତ୍ର

କେନ୍ଦ୍ରାପଡା: କେନ୍ଦ୍ରାପଡା ପାଇଁ ଗର୍ବ ଆଉ ଗୌରବ ଆଣିଦେଇଛନ୍ତି ଜଣେ ୪ବର୍ଷର ଶିଶୁପୁତ୍ର। କ୍ରିକେଟ ଖେଳରେ ଜଣେ ଦକ୍ଷ ଖେଳାଳି ଭଳି ଖେଳି ଆଜି ଚର୍ଚ୍ଚାକୁ ଆସିଛନ୍ତି । ଶିଶୁପୁତ୍ର ଜଣଙ୍କ ୧ ମିନିଟରେ ସର୍ବାଧିକ ୧୩ଗୋଟି ବଲ ମାରି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଫଳରେ ସ୍ଥାନୀୟ ଲୋକେ ଏହି ଶିଶୁପୁତ୍ରର ପ୍ରତିଭା ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।  ବିରାଟ କୋହଲିଙ୍କ ଖେଳକୁ ଅନୁସରଣ କରି ସେ କ୍ରିକେଟରେ ନିଜର ଯାଦୁ ଦେଖାଇପାରିଛନ୍ତି ବୋଲି କହିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲାର ନୟନ ବିହାରରେ ରହୁଥିବା ଆହ୍ୱାନ ମଲ୍ଲଙ୍କ କଥା। ବୟସ ମାତ୍ର ୪ ବର୍ଷ କ୍ଷ ଜନ୍ମ ବେଳରୁ ତାଙ୍କୁ କ୍ରିକେଟ ପ୍ରତି ଦୁର୍ବଳତା ରହିଛି କ୍ଷ ଛୋଟ ଶିଶୁ ଆଉ ନିଜର କ୍ରିକେଟରେ ଏହି ପ୍ରତିଭା ପାଇଁ ଆଜି ବେଶ ଚର୍ଚ୍ଚିତ ହୋଇପାରିଛନ୍ତି ।

ଖୁବ କମ ବୟସରେ ଅତି ଚମତ୍କାରଭାବେ କ୍ରିକେଟ ଖେଳି ପାରୁଛନ୍ତି । ତେବେ ନିକଟରେ ୧ମିନିଟରେ ସର୍ବାଧିକ ୧୩ଗୋଟି ବଲ ମାରି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଫଳରେ ତାଙ୍କ ପରିବାରରେ ଖୁସି ଆନନ୍ଦର ଲହରୀ ଖେଳିଯାଇଛି । କେତେବେଳେ ଆହ୍ୱାନ କଭର ଡ୍ରାଇଭି ମାରୁଛନ୍ତି ତ ଆଉ କେତେ ବେଳେ ଷ୍ଟ୍ରେଟ ଡ୍ରାଇଭି ମାରୁଛନ୍ତି । ହୁକ ସଟ ଓ ଅଫ ଡ୍ରାଇଭିରେ ତାଙ୍କ ହାତ ବେଶ ମଜଭୁତ ରହିଛି। ନିକଟରେ ୧ ମିନିଟରେ ୧୦ଗୋଟି ବଲ ମାରି ସେ ପ୍ରଥମେ ଇଣ୍ଡିଆ ବୁକୁସ ଅଫ ରେକର୍ଡ ଓ ପରେ ଏସିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କରି ପାରିଛନ୍ତି। କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ନପାଇ ମଧ୍ୟ ନିଜର ନିଷ୍ଠା ଓ ଏକାଗ୍ରତା ପାଇଁ ଆହ୍ୱାନଙ୍କୁ ଏହି ସଫଳତା ମିଳି ପାରିଛି। କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ନୟନ ବିହାରରେ ସେ ନିଜ ବାପା ମାଙ୍କ ସହ ରହୁଛନ୍ତି । ତାଙ୍କ ବାପା ପ୍ରଜ୍ଞା ବେଦବ୍ୟାସ ଜଣେ କଳା ଶିକ୍ଷକ ହୋଇଥିବା ବେଳେ ମାଆ ଜଣେ ଗୃହିଣୀ। ପିଲାଟି ଦିନରୁ ନିଜ ପୁଅର କ୍ରିକେଟ ପ୍ରତି ଦୁର୍ବଳତା ଦେଖି ବାପା-ମାଆ ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍ତି । ପରିବାରର ସହଯୋଗ ପାଇଁ ସେ କ୍ରିକେଟ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ସହ ଏବେ ବହୁତ ଭଲ ପ୍ରଦର୍ଶନ କରିପାରୁଛନ୍ତି। ପରିବାର ପକ୍ଷରୁ ଆହ୍ୱାନଙ୍କୁ ସକାଳ ଏବଂ ଅପରାହ୍ନରେ ଅଭ୍ୟାସ ପାଇଁ ପଡିଆକୁ ନିଆଯାଉଛି। ପଡ଼ିଆରେ ବିଭିନ୍ନ ଆଙ୍ଗଲରେ ଟ୍ରେନିଂ ଦିଆଯିବା ସହ ସବୁଦିନ ଅଭ୍ୟାସ କରାଯାଉଛି। ତେବେ ଆହ୍ୱାନଙ୍କ ଭବିଷ୍ୟତକୁ ବେଶ ଯତ୍ନବାନ ଅଛନ୍ତି ତାଙ୍କ ପରିବାର ସଦସ୍ୟ। ବଡ଼ ହେଲେ ଆହ୍ୱାନ କ୍ରିକେଟ ଟ୍ରେନିଂ ଏକାଡେମୀରେ ସାମିଲି ହେବେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.