ଘର ପାଖ ଗଡିଆରେ ବୁଡ଼ି ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ 

ସାହାରପଡା : କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅଧିନସ୍ଥ ଆହାରପଡା ଗ୍ରାମ ଫିଲ୍ଲ ସାହିର ଜଣେ ନାବାଳିକା ଘର ନିକଟ ଗଡ଼ିଆରେ ବୁଡି ପ୍ରାଣ ହରାଇଥିବା ଖବର ମିଳିଛି। ସୂଚନା ଅନୁସାରେ ତକେଇ ମୁଣ୍ଡାଙ୍କ ୩ ବର୍ଷର ଝିଅ ମଙ୍ଗଳବାର ଅପରାହ୍ନରେ ଘର ନିକଟ ଗଡ଼ିଆରେ ଖେଳୁଥିବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ସେ ଘର ପାଖରେ ଖେଳୁ ଖେଳୁ ଗଡ଼ିଆ ପାଖକୁ ଚାଲିଯାଇଥିଲା। କୌଣସି କାରଣ ବସତଃ ତାଙ୍କର ଗୋଡ଼ ଖସି ଯିବାରୁ ଶିଶୁକନ୍ୟା ଟି ଗଡିଆ ଭିତରେ ପଡ଼ି ଯାଇଥିଲା। ପରିବାର ଲୋକେ ଭାସୁ ଥିବା ଦେଖି ଉଦ୍ଧାର କରିଥିଲେ। କିନ୍ତୁ ସେତେ ବେଳେକୁ ସେ ମୃତ୍ୟୁ ବରଣ କରିସାରିଥିଲା । ସାହାରପଡା ଫାଣ୍ଡିକୁ ଏ ବାବଦରେ ଖବର ଦିଆଯାଇଛି। ଖବର ପାଇ ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଘଟଣା ସ୍ଥଳକୁ ଯାଇ ଶବ ଟିକୁ ଜବତ କରି ବ୍ୟବଛେଦ ନିମନ୍ତେ ପାଟଣା ମେଡ଼ିକାଲ ପଠାଇଛନ୍ତି ।

Leave a comment