ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ଵକର୍ମା ପୂଜା ଖୁସି ପାଇଁ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ

ଜଳେଶ୍ୱର : ଜଳେଶ୍ଵର ଥାନା କାସିଡିହା ଗ୍ରାମରେ ବିଶ୍ଵକର୍ମା ପୂଜା ପାଇଁ ଖୁସି ହେବା ହେଲା କାଳ।ପୂଜା ପାଇଁ ପ୍ରସ୍ତୁତି ବେଳେ ଡିଜେରୁ କରେଣ୍ଟ ଲାଗି ଯୁବକ ମୃତ।ଅଞ୍ଚଳରେ ଶୋକର ଛାୟା।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ଅଧିନସ୍ଥ କାଶିଡିହା ଗ୍ରାମରେ କିଛି ଗାଡ଼ି ମାଲିକ ମାନେ ଏକତ୍ରିତ ହୋଇ ଧୁମଧାମରେ ବିଶ୍ଵକର୍ମା ପୂଜା କରିବାକୁ ମନସ୍ଥ କରିଥିବା ବେଳେ ପୂଜାରେ ଘଟିଛି ଅଘଟଣ।ଗ୍ରାମର ଗୋପାଳ ଜେନାଙ୍କ ପୁତ୍ର ମୟଂ ଜେନା (୨୦)ସମସ୍ତ ଗାଡ଼ି ମାଲିକ ସେମାନଙ୍କର ଗାଡ଼ି ପୂଜା ମଣ୍ଡପ ନିକଟରେ ରଖିସାରିଥିବା ବେଳେ, ପୂଜା ମଣ୍ଡପ ନିକଟରେ ପୂର୍ବରୁ ପାଲ ଢଙ୍କା ଥିବା ଡିଜେ ଗାଡିରୁ ପାଲ ବାହାର କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।

ମୟଂ ଜେନା ପାଲ କାଢୁଥିବା  ଡିଜେ ଗାଡ଼ିଟିରେ ପୃର୍ବରୁ ବିଦ୍ୟୁତ ସଂଯୋଗ ହୋଇ ବାଜିବାକୁ ପ୍ରସ୍ତୁତ ଥିବା ମୟଂ ଜାଣିପାରି ନଥିଲେ। ସନ୍ଧ୍ୟା ୬.୩୦ ମିନିଟ ସମୟରେ ଗୁରୁତର ମୟଂକୁ ଜଳେଶ୍ଵର ଜିକେ ଭଟର ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। କାଶିଡିହା ସମେତ ଜଳେଶ୍ଵର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.