ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରସହ ଜଳିଗଲା ୨ମାସର ଶିଶୁ

କପ୍ତିପଦା : ଚୁଲିରୁ ଅଗ୍ନି ସଂଯୋଗ ଘଟି ଶରତ ଥାନା ଭଣ୍ଡାର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ପୋଡ଼ିଯାଇ ଖଟିଆରେ ଶୋଇଥିବା ୨ମାସର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି। ଉକ୍ତ ଗ୍ରାମର ଚୈତନ୍ୟ ମହାକୁଡ଼ ଓ ପତ୍ନୀ ସବିତା ମହାକୁଡ଼ଙ୍କ କନ୍ୟା ଶିବାନୀ ଚୁଲି ପାଖରେ ଖଟିଆରେ ଶୋଇଥିଲା। ପରିବାର ଲୋକେ ଚୁଲିରେ କାଠ ଶୁଖାଇ କାମ କରିବାକୁ ଚାଲିଯାଇଥିବାବେଳେ ପତ୍ନୀ ସବିତା ଶୌଚ ହେବାକୁ ଯାଇଥିଲେ। ତେବେ ଚୁଲିରୁ ଅଗ୍ନି ସଂଯୋଗ ହୋଇ ଉପରେ ଥିବା କାଠଗୁଡ଼ିକ ଜଳି ଘର ପୋଡି଼ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଖଟିଆରେ ଶୋଇଥିବା ଶିବାନୀ ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Leave A Reply

Your email address will not be published.