ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୃତ୍ୟୁ ପରେ ବି ୨ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ଝିଅ ସ୍ମୃତି ସମୃଦ୍ଧି

କଟକ: ମୃତ୍ୟୁ ପରେ ବି ଦେଇଗଲେ ଜୀବନ। ଅଭୁଲା ରହିବେ ୧୪ ବର୍ଷର ସ୍ମୃତି ସମୃଦ୍ଧି । କଟକ ଏସସିବି ମେଡିକାଲ କିଡନୀ ବିଭାଗରେ ହୋଇଛି ବିରଳ କାଡାଭରିକ ସର୍ଜରୀ । ମୃତ୍ୟୁ ପରେ ସ୍ମୃତିଙ୍କ କିଡନୀ ଲାଗିଛି ଆଉ ୨ ଜଣଙ୍କ ଦେହରେ । ଏସସିବିରେ ଅପରେସନ୍ ସଫଳ ହୋଇଥିବା ବେଳେ ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି କର୍ତ୍ତୃପକ୍ଷ । ଏବେ ରୋଗୀଙ୍କୁ ପର୍ଯ୍ଯବେକ୍ଷଣରେ ରଖାଯାଇଛି ଓ ୭ ଦିନ ପରେ ଡିସଚାର୍ଜ କରାଯିବ । କିଡନୀ ଦାନ କରିଥିବା ଝିଅ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀଙ୍କ ପରିବାର ଲୋକ ।

ଡାକ୍ତର ଡାକ୍ତର ସୁନୀତାଙ୍କ ଝିଅ ସ୍ମୃତି ସମୃଦ୍ଧି । ସ୍ମୃତିଙ୍କ ବ୍ରେନ୍ ଡେଡ୍ ପରେ ପରିବାର ଲୋକେ ତାଙ୍କ କିଡନୀକୁ ଦାନ କରିଛନ୍ତି । ଫଳରେ ବଞ୍ଚି ଯାଇଛି ଆଉ ଦୁଇ ଦୁଇଟି ଜୀବନ । ଏସସିବି ଓ ଆପଲୋ ହସ୍ପିଟାଲରେ ହୋଇଥିବା ୨ଟି ଯାକ ଅସ୍ତ୍ରୋପଚାର ସଫଳ ହୋଇଛି । ଏସସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ଟିମ୍ ୪ ଘଣ୍ଟାର ଅପରେସନ ପରେ ସଫଳତା ହାସଲ କରିଛନ୍ତି । ସ୍ମୃତିଙ୍କ ପରିବାର ଲୋକଙ୍କ ସହମତିରେ କିଡନୀକୁ ୨ଟିକୁ ଆପଲୋ ଓ ଏସସିବି ନିଆଯାଇଥିଲା । ପୂର୍ବରୁ ପ୍ରସ୍ତୁତ ଥିବା ୨ କିଡନୀ ରୋଗୀଙ୍କ ଠାରେ ସ୍ମୃତିଙ୍କ କିଡନୀ ପ୍ରତିରୋପଣ କରାଯାଇଛି ।

ଏସସିବିରେ ଜଗତସିଂହପୁରର ଅନାମିକାଙ୍କ ଦେହରେ ସ୍ମୃତିଙ୍କ ଗୋଟିଏ କିଡନୀ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟ କିଡନୀଟି ଆଉ ଜଣେ ରୋଗୀଙ୍କ ଦେହରେ ଆପଲୋରେ ଲାଗିଛି । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ, ଏସସିବି ଅଧ୍ୟକ୍ଷ, ଅଧୀକ୍ଷକ, ସୋଟୋ ଟିମ ଓ ନେଫ୍ରୋଲୋଜି ୟୁରୋଲୋଜି ଡାକ୍ତରଙ୍କ ସହଯୋଗ ପାଇଁ ଏହା ସମ୍ଭବପର ହୋଇପାରିଛି । କିଡନୀ ପ୍ରତିରୋପଣ ପରେ ଖୁସି ବ୍ୟକ୍ତ କରିଛନ୍ତି ଅନାମିକାଙ୍କ ପରିବାର । ସେମାନେ ମୃତ ସ୍ମୃତି ସମୃଦ୍ଧିଙ୍କୁ ହୃଦୟରୁ ଧନ୍ୟବାଦ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ଜଟିଳ ଅପରେସନକୁ ସଫଳ କରିଥିବା ଏସସିବିର ଡାକ୍ତରୀ ଟିମକୁ ପ୍ରଶଂସା କରିଛନ୍ତି । ୨୦୨୦ରେ ଏସସିବିରେ ପ୍ରଥମ କାଡାଭରିକ ସର୍ଜରୀ ହୋଇଥିଲା । କୋଭିଡ୍ ସ୍ଥିତି ସୁଧୁରିବା ପରେ ଏହା ପ୍ରଥମ ବିରଳ ଅପରେସନ୍ ।

Leave A Reply

Your email address will not be published.