ସିଲ ହେଲା ୯ଥ ଷ୍ଟ୍ରିଟ ବଂକ୍ୱୟେଟ ହଲ, ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ହେଉଥିଲା ଟିକେଟ୍‌ ବିକ୍ରି

ଭୁବନେଶ୍ବର : ନବରାତ୍ରରେ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ପ୍ରସ୍ତୁତି ସରିଥିଲା। ଭଳିକି ଭଳି ଲାଇଟ୍‌ ସାଙ୍ଗକୁ ଅତ୍ୟାଧୁନିକ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଖାଲି ସେତିକି ନୁହେଁ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଟିକେଟ ବିକ୍ରି ମଧ୍ୟ ସରିଥିଲା। କିନ୍ତୁ ସବୁକିଛି ଚାଲିଥିଲା ବିନା ଅନୁମତିରେ। ଯାହାର ଫଳ ସୂରୂପ ସିଲ୍‌ ହୋଇଛି ରେଷ୍ଟୁରାଣ୍ଟ।  ରାଜଧାନୀ ଭୁବନେଶ୍ୱରର ନିକୋ ପାର୍କ ନିକଟରେ ଥିବା ନାଇନଥ୍ ଷ୍ଟ୍ରିଟ୍ ରେସ୍ତୋରାଁକୁ ବିଏମସି ସିଲ୍ କରିଛି। ଏହି ରେସ୍ତୋରାଁ ବିନା କୌଣସି ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ବିଏମସି ସୂଚନା ପାଇବା ପରେ ଏହାକୁ ତୁରନ୍ତ ସିଲ୍ କରିଛି ।

ରାଜ୍ୟରେ କରୋନା କଟକଣା ତାହା ସହ ରାଜଧାନୀ ଭୁବନେଶ୍ବରରେ କରୋନା ବଢିଚାଲିଥିବା ବେଳେ ବିନା ଅନୁମତିରେ ନାଇନଥ୍ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଆୟାଜନ କରିଥିଲା। ଏଥିପାଇଁ ଅନଲାଇନରେ ଟିକେଟ୍ ମଧ୍ୟ ବିକ୍ରି କରାଯାଇଥିଲା । ଆସନ୍ତା ଅକ୍ଟୋବର ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ହେବାର ଥିଲା।ସୋସିଆଲ ମିଡିଆରେ ୬୪୯ଟଙ୍କା ମୂଲ୍ୟର ଟିକେଟ ବିକ୍ରି କରିଥିଲେ ଆୟୋଜକ। ଏହା ଜାଣିବା ପରେ ବିଏମସି ଅଧିକାରୀ ସେଠାରେ ପହଞ୍ଚି ରେସ୍ତୋରାଁକୁ ସିଲ୍ କରିଛନ୍ତି । ବିଏମସି କମିସନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଏମସି ଦକ୍ଷିଣ-ପୂର୍ବ ଜୋନ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଏହି ରେସ୍ତୋରାଁରେ ପହଞ୍ଚି ଅନିର୍ଦ୍ଧିଷ୍ଟ କାଳ ପାଇଁ ନାଇନଥ୍ ଷ୍ଟ୍ରିଟ୍ ରେସ୍ତୋରାଁକୁ ସିଲ୍‌ କରିଛନ୍ତି।

Leave a comment