ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୦% କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ

କୋଭିଡ୍ ପ୍ରଭାବରୁ ଚଳିତ ବର୍ଷ ମଧ୍ୟ କମିବ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ । ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଅର୍ଥାତ ୭୦ ପ୍ରତିଶତ ସିଲାବସରୁ ହିଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କରୋନାର ଦ୍ୱିତୀୟ ଲହରକୁ ଦେଖି ଏଭଳି ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଏ ବର୍ଷ ବି ସ୍କୁଲ ଖୋଲିବା ସମ୍ଭାବନା କମ୍ । କୋଭିଡ ସ୍ଥିତି ଓ ଅନଲାଇନ ପାଠପଢାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଜଣାଇଦେବାକୁ ଚାହୁଁ ଯେ କରୋନା ପାଇଁ ଏବେ ରାଜ୍ୟରେ ୟୁ ଟ୍ୟୁବ୍ କ୍ଲାସ୍ ଚାଲିଛି । ସେହିପରି ଅନଲାଇନ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି।

Leave A Reply

Your email address will not be published.