ଖସୁଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯ ହଜାର ୮୩୩ କୋଭିଡ୍ ପଜିଟିଭ୍

ଭୁବନେଶ୍ବର : ବ୍ୟାପକ ଟିକାକରଣ ଯୋଗୁଁ ରାଜ୍ୟରେ କୋଭିଡ଼ ସଂକ୍ରମଣ ସଂଖ୍ୟା ତୁଳନାତ୍ମକ ଭାବରେ କମ୍ ରହିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଥିବା ବେଳେ ଆଜି ତାହା ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସମ୍ପ୍ରତି କୋଭିଡ଼ ପୀଡ଼ିତ ମାତ୍ର ୫ ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି। କେବଳ ପାରାସିଟାମଲ ହିଁ ଓମିକ୍ରନରୁ ସୁସ୍ଥ କରିବାକୁ ଯଥେଷ୍ଟ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଇଛି। ଦିନକ ତଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହି ଆଧାରରେ ଟିକାକରଣ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଟିକା ଦେବେ ବୋଲି ସୂଚନା ମିଳିଛି।
Covid-19 Report For 20th Jan
New Positive Cases: 9833
Of which 0-18 years: 972
In quarantine: 5699
Local contacts: 4134(Details of local contacts will be shared by concerned District)
1. Angul: 114
2. Balasore: 286
3. Bargarh: 172
4. Bhadrak: 129
5. Balangir: 288— I & PR Department, Odisha (@IPR_Odisha) January 21, 2022
ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୯ ହଜାର ୮୩୩ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୯ ହଜାର ୮୩୩ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭୨ଜଣ ରହିଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
New recoveries: 8471
Cumulative tested: 26990740
Positive: 1187295
Recovered: 1089033
Active cases: 89702— I & PR Department, Odisha (@IPR_Odisha) January 21, 2022
ସୂଚନାଯୋଗ୍ୟ ଆଜି ଚିହ୍ନଟ ହୋଇଥିବା ୯ ହଜାର ୮୩୩ କୋଭିଡ୍ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୮୭୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୯୦୩୩ଜଣ ସୁସ୍ଥ ହୋଇଥିବା ବେଳେ ୮୯୭୦୨ଟି ଆକ୍ଟିଭ୍ କେସ୍ ରହିଛି। ଏବେ ସୁଦ୍ଧା ରାଜ୍ୟରେ ୨୬୯୯୦୭୪୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।