ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରୁଛନ୍ତି ୯୫ ବର୍ଷୀୟା ବୃଦ୍ଧା

ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦ କି.ମି ଯାତ୍ରା କରୁଛନ୍ତି। ସେ ୨୦ ବର୍ଷ ହେଲା ଉତ୍ତରପ୍ରଦେଶର ବଲିଆ ଯାଇ ଭତ୍ତା ଆଣୁଛନ୍ତି। ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ସୈନିକ ଥିବା ରଞ୍ଜିତ ସିଂହଙ୍କ ପତ୍ନୀ ହେଉଛନ୍ତି ଲଳିତା ଦେବୀ। ସେ ଏବେ ନିଜ ପୁଅ ସହ ବିଳାଶପୁରରେ ରହୁଛନ୍ତି। ସେ ୨୦ ବର୍ଷ ତଳେ ବଲିଆରୁ ବିଳାଶପୁର ଚାଲି ଆସିଥିଲେ। ଏଭଳି ଉପନୀତ ବୟସରେ ଜୀବିତ ଥିବା ପ୍ରମାଣ ଦେବା ପାଇଁ ତାଙ୍କୁ ବଲିଆ ଯିବାକୁ ପଡୁଛି। ତାଙ୍କ ପୁଅକୁ ମଧ୍ୟ ଠିକ୍‌ ସେ ଦେଖାଯାଉନାହିଁ। ସେ ୭୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ସାରିଛନ୍ତି। ସେ ଅନେକ ବର୍ଷ ହେଲା ଭତ୍ତାକୁ ବିଳାଶପୁର ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ଅନୁରୋଧ କରି ଆସୁଛନ୍ତି। ଏହା ସତ୍ତ୍ବେ ତାଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ।

Leave A Reply

Your email address will not be published.