ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାହାଘରରେ ସାମିଲ ହୋଇ ୯୫ ଜଣ କରୋନା ପଜିଟିଭ୍, ପରେ କନ୍ୟା ପିତାଙ୍କର ମୃତ୍ୟୁ

ଜୟପୁର: କରୋନା କାଳରେ ଟିକିଏ ଅସାବଧାନତା ହେଲେ ପରିଣାମ ଭୟଙ୍କର ହେଉଛି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରୁ ଆସିଛି ଅଭାବନୀୟ ଘଟଣା। ଉକ୍ତ ଗାଁରେ ଏକ ବହାଘରରେ ସାମିଲ ହୋଇଥିବା ୯୫ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି। ୧୫୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏପରିକି ବାହାଘର ପରେ କନ୍ୟା ପିତାଙ୍କର ମୃତ୍ୟୁ ବି ଘଟିଛି । ଏହି ଖବର ପରେ ଆଖପାଖ ଅଞ୍ଚଳରେ ଭୟ ସୃଷ୍ଟି କରିଛି।

ସୂଚନା ଅନଯାୟୀ, ରାଜସ୍ଥାନର ସିଆଲୁ କାଲା ଗାଁର ସୁରେନ୍ଦ୍ର ଶେଖାଓ୍ୱତଙ୍କ ଝିଅ ବାହାଘର ଗତ ଏପ୍ରିଲ ୨୫ ତାରିଖରେ ଥିଲା । ସରକାର ବାହାଘରରେ ୧୧ ଜଣଙ୍କୁ ସାମିଲ ଅନୁମତି ଦେଇଥିବା ବେଳେ ଏଠାରେ ଶତାଧିକ ଲୋକ ଆସିଥିଲେ। ପୂର୍ବରୁ ଗାଁ ଲୋକ ଭାବୁଥିଲେ କରୋନା କେବଳ ସହରରେ ହେଉଛି । ଗାଁରେ ନାହିଁ । ଏଥିପାଇଁ କଟକଣାକୁ ବେଖାତିର କରି ଶତାଧିକ ଲୋକ ଏକାଠି ହେବାରୁ ମହାମାରୀ ବ୍ୟାପିଛି। ବାହାଘର ପରେ ପ୍ରଥମ କନ୍ୟା ପିତାଙ୍କ ମୃତ୍ୟୁ ହୋଇଥିଲା। ପରେ ଟେଷ୍ଟ ପରେ ଅନ୍ୟମାନେ ପଜିଟିଭ ବାହାରିଛନ୍ତି । ଏହି ଘଟଣାପରେ ଏବେ ଗାଁ ଲୋକ ସଚେତନ ହୋଇ କେହି ଆଉ ଘରୁ ବାହାରୁ ନାହାନ୍ତି।

Leave A Reply

Your email address will not be published.