ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇରନ ବଟିକା ଖାଇ ବିଦ୍ୟାଳୟର ୯ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୁଳ: ଆଇରନ ବଟିକା ଖାଇ ୯ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସ୍କୁଲରେ ଏହି ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ସୁଦ୍ଧା ଅସୁସ୍ଥତା ନ କମିବାରୁ ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ପ୍ରଥମେ ଭ କରାଯାଇଥିଲା ଓ ପରେ ପାଞ୍ଚ ଜଣ ଛତ୍ରଛାତ୍ରୀଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି । ମେଡିକାଲ କତ୍ତୃପକ୍ଷ କହିଛନ୍ତି କି, ଏଥିରେ ଭୟଭୀତ ହେବାର କିଛି ନାହିଁ, ପିଲାମାନଙ୍କ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.