ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାତୁଛି ସାରା ଓଡ଼ିଶା : ୯ ଜିଲ୍ଲାରେ ପାରା ଡେଇଁଲା ୪୦ ଡିଗ୍ରି

ଭୁବନେଶ୍ୱର : ୯ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଛି। ଅନ୍ୟପଟେ ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତାପମାତ୍ରା ବୃଦ୍ଧି ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ସ୍ୱାଭାବିକଠାରୁ ତାପମାତ୍ରା ୩-୪ ଡିଗ୍ରୀ ଅଧିକ ରହିଛି। ଏହି ସ୍ଥିତି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି।

ଡ. ବିଶ୍ୱାସଙ୍କ କହିବା ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଖରାଟିଆ ଓ ଶୁଖିଲା ରହିବ। କିନ୍ତୁ ୨୮ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। ୨୮ ତାରିଖରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ହେବ। ସେହିପରି ୨୯ରେ ମଧ୍ୟ ସମାନ ଅଞ୍ଚଳରେ ଘଡ଼ଘଡ଼ି ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ତେବେ ଏହି ଘଡ଼ଘଡ଼ି ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବୃଦ୍ଧି ପାଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଆଲର୍ଟ କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇ ଏହି ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଘଡ଼ଘଡ଼ିରୁ ରକ୍ଷା ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗୁଆ ସତର୍କ ସୂଚନା ପହଞ୍ଚାଇବାକୁ ପଦକ୍ଷେପ ନେବାକୁ ମଧ୍ୟ କହାଯାଇଛି।

ସୂଚନା ଥାଉ କି ଗତ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଉପରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୦ ଓ ସର୍ବନିମ୍ନ ୨୪ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ କୋରାପୁଟ ଓ ବାଲେଶ୍ୱରରେ ହାଲ୍‍କା ବର୍ଷା ହୋଇଥିଲା।

Leave A Reply

Your email address will not be published.