ହିମାଚଳ କିନ୍ନୋରରେ ଭୂସ୍ଖଳନ: ୯ମୃତ, ୩ଗୁରୁତର

ହିମାଚଳପ୍ରଦେଶ: ହିମାଚଳପ୍ରଦେଶ କିନ୍ନୋରରେ ରବିବାର ଏକ ଆକସ୍ମିକ ଦୁର୍ଘଟଣା ଘଟିଛି । ସାଗଲା –ଚିତ୍ରକୁଲ ଭୂସ୍ଖଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା । ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାସହ ୩ ଜଣ ଲୋକ ଗୁରୁତର ମଧ୍ଯ ହୋଇଛନ୍ତି । ଏହି ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
#WATCH | Himachal Pradesh: Boulders roll downhill due to landslide in Kinnaur district resulting in bridge collapse; vehicles damaged pic.twitter.com/AfBvRgSxn0
— ANI (@ANI) July 25, 2021
ସୂଚନା ମୁତାବକ, ଏହି ଦୁର୍ଘଟଣା ରବିବାର ଦିନ ୧.୩୦ ମିନିଟ୍ ସମୟରେ ଘଟିଛି । ପୋଲ ଉପରେ ଏକ ଟେମ୍ପୋରେ ୧୧ ଜଣ ଲୋକ ଯାଉଥିବା ବେଳେ ପାହାଡରୁ ବଡ ବଡ ପଥର ଖସି ପୋଲଟି ଭାଙ୍ଗିଯାଇଥିଲା । ଫଳରେ ଟେମ୍ପୋରେ ଥିବା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଲୋକମାନଙ୍କର ପରିଚୟ ମିଳିପାରି ନାହିଁ ।