ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରୁ ପୁଣି ବନ୍ଧୁକ ରାକେଟ୍ ଠାବ: ୯ ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ, ୪ ଗିରଫ

କଟକ: ଲକଡାଉନ ଓ ସଟଡାଉନ ସମୟରେ ଚୋରା ବନ୍ଧୁକ କାରବାରର ରାକେଟକୁ ଠାବ କରିଛି କମିଶନରେଟ ପୁଲିସ। କଟକରୁ ୯ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ କରିବା ସହିତ ୪ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ସେହିପରି ୩ ମାସ ମଧ୍ୟରେ ୪୩ ବନ୍ଧୁକ ସହିତ ୨୨୫ ଗୁଳି ଜବତ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଗିରଫ ଅପରାଧୀଙ୍କ ମଧ୍ୟରେ ଧଳ ସାମନ୍ତ ବ୍ରଦର୍ସ ଘରୁ ଜବତ ଅସ୍ତ୍ରଶସ୍ତ୍ର ଲିଙ୍କରେ ଧରା ପଡିଥିବା ତାଳଚେରର ଟୁକୁନା ସାହୁ ରହିଛି । ତାକୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଅନ୍ୟ ଅପରାଧୀ ସଂପର୍କରେ ସୁରାକ ପାଇଥିଲା ପୁଲିସ । ଅନ୍ୟ ୩ ଅପରାଧୀଙ୍କ ନାଁରେ ମଧ୍ୟ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା କୁହାଯାଇଛି ।

Leave A Reply

Your email address will not be published.