ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ଯାତ୍ରୀବାହୀ ଟେମ୍ପୋକୁ ଧକ୍କାଦେଲା ବସ୍ ଓ ଟ୍ୟାଙ୍କର; ୯ ମୃତ, ୧୦ ଆହତ

କର୍ଣ୍ଣାଟକ: ସକାଳୁ ସକାଳୁ କର୍ଣ୍ଣାଟକ ହସନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନାନୁସାରେ, ଧର୍ମସ୍ଥଳ, ସୁବ୍ରମଣ୍ୟା, ହାସାନମ୍ବାଙ୍କ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଏକ ଯାତ୍ରୀବାହୀ ଟେମ୍ପୋକୁ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଟେମ୍ପୋରେ ଥିଲେ । ଅନ୍ୟ ୧୦ଜଣ ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଘଟଣାସ୍ତଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.