ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ, ଲକ୍ଷ୍ନୌରେ କାନ୍ଥ ଭୁଶୁଡ଼ି ତିନି ଶିଶୁଙ୍କ ସମେତ ୯ ମୃତ

ଲକ୍ଷ୍ନୌ: ତ୍ତରପ୍ରଦେଶରେ ତାଣ୍ଡବ ଲୀଳା ରଚିଛି ଲଗାଣ ବର୍ଷା । ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ଲକ୍ଷ୍ନୌର କ୍ୟାଣ୍ଟ ଅଞ୍ଚଳ ଦିଲକୁଶାରେ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୩ ଶିଶୁ ଅଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣା ସ୍ଥଳକୁ ଯାଇ ତୁରନ୍ତ ପରିସ୍ଥିତିକୁ ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଘଟଣରେ ଆହତ ହୋଇଥିବା ଅନ୍ୟ କେତେଜଣଙ୍କୁ ଚିକିତ୍ସା ନିମନ୍ତେ ‘ସିଭିଲ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Leave A Reply

Your email address will not be published.