ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାଇଓ୍ବାନ ସୀମାରେ ପଶିଲା ୯ଟି ଚୀନ ଜେଟ, ସୀମାରେ ମୁତୟନ ହେଲା ୪ଟି ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ପୁଣି ବଢିଲା ଚୀନ-ତାଇଓ୍ବାନ ଟେନସନ । ତାଇଓ୍ବାନ ସୀମାରେ ପଶିଲା ୯ଟି ଚୀନ ଜେଟ । ସୀମାରେ ମୁତୟନ ହେଲା ୪ଟି ଯୁଦ୍ଧଜାହାଜ । ଏହାସହ ମୁତୟନ ହୋଇଛି ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇପାରୁଥିବା ମିସାଇଲ । ଚୀନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା କରି ତାଇଓ୍ବାନ ଆର୍ମି ସତର୍କ ହୋଇଛି ଏବଂ ଯୁଦ୍ଧ ବିମାନକୁ ଆଲର୍ଟରେ ରଖିଛି । ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଏୟାରପାଟ୍ରୋଲ ଉପରେ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଛି ଏବଂ ଚୀନର ମିସାଇଲ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଚୀନର ବିମାନଗୁଡିକ ତାଇଓ୍ବାନ ଷ୍ଟ୍ରେଟର ମଧ୍ଯମା ଲାଇନକୁ ଅତିକ୍ରମ କରିଥିବା ସୂଚନା ମିଳିଛି । ରବିବାର ଚୀନର ୮ଟି ଯୁଦ୍ଧବିମାନ ଓ ୪ଟି ନୌଜାହାଜ ମୁତୟନ ହେବା ପରେ ସୋମବାର ପୁଣି ଥରେ ଓ୍ବାର ଫୁଟେଜରେ ରହି ଯୁଦ୍ଧାସ୍ତ୍ର ମୁତୟନ କରିଛି ।ଗତ ନଭେମ୍ବର ୬ ତାରିଖରେ ତାଇଓ୍ବାନ ସୀମା ଭିତରେ ଚୀନର ୪୬ଟି ଯୁଦ୍ଧବିମାନ ଓ ୪ଟି ନୌଜାହଜ ସମରାଭ୍ୟାସ ପ୍ରଦର୍ଶନ କରିଥିଲେ । ପୂର୍ବରୁ କିଛି ଦିନ ତଳେ ରେଡଲାଇନ ଅତିକ୍ରମ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସତର୍କ କରାଇଥିଲେ ଚୀନ ପ୍ରତିପକ୍ଷା ସି ଜିନପିଙ୍ଗ ।

Leave A Reply

Your email address will not be published.