ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚମ ଦିନ ନାମାଙ୍କନରେ ୯ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡ଼ା : ପୌରପାଳିକା ନିର୍ବାଚନ ପାଇଁ ଆଜି ନାମାଙ୍କନର ପଞ୍ଚମ ଦିନ ରହିଥିଲା । ଚତୁର୍ଥ ଦିନ ପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଏହି ପଞ୍ଚମ ଦିବସରେ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ଆଜି ପର୍ଯ୍ୟନ୍ତ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପୈାରାଞ୍ଚଳର ୧ନମ୍ବର ୱାର୍ଡରୁ କଂଗ୍ରେସର ପଦ୍ମିନୀ ବେହେରା, ୩ନମ୍ବର ୱାର୍ଡରୁ ତୁଳସୀ ହେମ୍ବ୍ରମ, ୪ନମ୍ବର ୱାର୍ଡରୁ ସଶ୍ମିତା ପଣ୍ଡା, ୫ନମ୍ବର ୱାର୍ଡରୁ ବୈଷ୍ଣବ ପଣ୍ଡା, ୭ନମ୍ବର ୱାର୍ଡରୁ ଜୟନ୍ତୀ ପାଣି ଓ ୧୬ନମ୍ବର ୱାର୍ଡରୁ ଫର୍ଜାନା ଖାତୁନ ପ୍ରମୁଖ ୬ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିଭଳି ୨୦ନମ୍ବର ୱାର୍ଡରୁ ବିଜେଡିର ଶରତ ଚନ୍ଦ୍ର ବେହୁରା, ୧୩ନମ୍ବର ୱାର୍ଡରୁ ବିଏସପିର ଅପୂର୍ବରଞ୍ଜନ ସେଠୀ, ୭ନମ୍ବର ୱାର୍ଡରୁ ବିଜେପିର ସୁଚିସ୍ମିତା ବସନ୍ତିଆ ଓ ୧୩ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୀର ଅବଦୁଲ ସଲିମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ପାଣି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟିଙ୍କ ଧର୍ମପତ୍ନୀ । ସେହିଭଳି ବୈଷ୍ଣବଙ୍କ ପତ୍ନୀ ଜଣେ ପୂର୍ବତନ କାଉନସିଲର ଥିଲେ । ଫର୍ଜାନାଙ୍କ ସ୍ୱାମୀ ହିବଜୁର ରହେମାନ ଜଣେ ପୂର୍ବତନ କାଉନସିଲର । ଶରତ ଜଣେ ପୂର୍ବତନ କାନସିଲର ହୋଇଥିବା ବେଳେ ଅପୂର୍ବ ପେଷାରେ ଜଣେ ଆଇନଜୀବୀ ଅଟନ୍ତି ।

Leave A Reply

Your email address will not be published.