ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୮-୧୧ -୨୦୨୧ )

ମେଷ: କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ମହିଳାମାନେ ଧର୍ମପରାୟଣା ରହିବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ପରିବହନ ଓ ବାଣିଜ୍ୟରେ ଶୁଭ ଫଳ ପାଇବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍ ।

ବୃଷ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ । ଚାକିରି ସମସ୍ୟା ଭିତରେ ରହିବ। ମହିଳାମାନେ ମନସ୍ତାପରେ ରହିବେ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |

ମିଥୁନ: ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ପ୍ରଶାସନିକ ମାନ ମର୍ଯ୍ୟାଦା ପ୍ରାପ୍ତି ହେବ। ଚାକିରିରେ ସହଯୋଗ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।

କର୍କଟ: ଦୃଢ଼ ମନୋବଳ ପାଇଁ କାର୍ଯ୍ୟ ହାସଲ ହେବ। ରାଜନୀତିରେ ଶତ୍ରୁଜୟୀ ହେବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ରହିବେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ ।

ଏଥିସହିତ ପଢ଼ନ୍ତୁ

ସିଂହ: ଭାବରେ କାର୍ଯ୍ୟ କରି ସଫଳ ହେବେ । ସନ୍ତାନ ସନ୍ତତିଙ୍କୁ ନେଇ ଖୁସିରେ ରହିବେ । ରାଜନୀତିରେ ସମ୍ମାନ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ହଳଦିଆ ।

କନ୍ୟା: ଅସ୍ଥିରତା କାରଣରୁ କାର୍ଯ୍ୟତ୍ରୁଟି କରିପାରନ୍ତି। ଦାମ୍ପତ୍ୟରେ ଅଶାନ୍ତି ରହିପାରେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ବ୍ୟୟବୃଦ୍ଧି ରହିବ। ଶିକ୍ଷାର୍ଥୀ ଆଳସ୍ୟ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ ସିଲଭର୍ ।

ତୁଳା: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ସଫଳ ହେବ। ଚାକିରିରେ । ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା |

ବିଛା: ଆର୍ଥିକ ଯୋଜନା ଫଳପ୍ରସୂ ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭ ଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ-ଧଳା।

ଧନୁ: ଶ୍ରୀଚନ୍ଦ୍ର କାରଣରୁ ସୁଖଶାନ୍ତି ଭିତରେ ଦିନଚର୍ଯ୍ୟା କଟିବ। ଚାକିରିରେ ପ୍ରଶଂସିତ ହେବେ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ହେବ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।

ମକର: ଦିନଟି ଅନିଶ୍ଚିତତା ଭିତରେ କଟିବ। ମହିଳାମାନେ ଅସ୍ଥିରମନା ରହିବେ। ଚାକିରିରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟ ମାନ୍ଦା ରହିବେ । ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲଡେନ୍।

କୁମ୍ଭ: କୌଣସି ଗୁରୁତ୍ବ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ । ଚାକିରିରେ ସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ- ସବୁଜ |

ମୀନ: ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ରାଜନୀତିରେ ଓ ପ୍ରଶାସନିକ ସୁନାମ ପାଇବେ। ମହିଳାମାନେ ଯଶ କାର୍ତି ପାଇବେ । ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ, ଗୁରୁଜନଙ୍କର ପ୍ରିୟଭାଜନ ହେବେ । ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି ।

Leave A Reply

Your email address will not be published.