ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୮ -୦୮ – ୨୦୨୨ )

ମେଷ: ବହୁ ଚେଷ୍ଟା ସତ୍ତ୍ବେ ସୁଫଳ ପାଇବେ ନାହିଁ। ସାଙ୍ଗସାଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଆଳସ୍ୟ ରହିବେ। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ। କର୍ମକ୍ଷେତ୍ରରେ ଅସ୍ଥ଄ରମନା ରହିବେ।

ବୃଷ: ପରିବାରର ସହଯୋଗ ପାଇବେ। ନିବିଡ଼ ସମ୍ପର୍କରୁ ପ୍ରତାରଣା ପାଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ରହିବ। ମହିଳାମାନେ ହତୋତ୍ସାହ ରହିବେ। ବନ୍ଧୁବାନ୍ଧବଙ୍କ ଆଗମନରେ ଅଯଥା ଖର୍ଚ୍ଚରେ ପଡ଼ିଯାଇ ପାରନ୍ତି।

ମିଥୁନ: ବିଭିନ୍ନ ଉପାୟରେ ଆୟ କରିବାରେ ସକ୍ଷମ ହେବେ। ସମାଜରେ ସୁନାମ ପାଇବେ। କର୍ମକ୍ଷେତ୍ରରେ ନିଷ୍ଠାପର ହୋଇ କାର୍ଯ୍ୟ କରିବେ । ବ୍ୟବସାୟରେ ସନ୍ତୋଷଜନକ ଫଳ ମିଳିବ।

କର୍କଟ: ପରିଶ୍ରମର ଫଳ ପାଇବେ। ଭଲ କାମ କରି ପଦସ୍ଥ ଅଧିକାରୀଙ୍କଠାରୁ ସମ୍ମାନ ପାଇବେ। ଦୃଢ଼ମନା ହୋଇ ସବୁ କର୍ଯ୍ୟ କରିଚାଲିବେ। ମହିଳାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଯୋଜନା କରି ଅସଫଳ ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟ ପ୍ରତି ଅବହେଳା କରି ଅପମାନିତ ହୋଇପାରନ୍ତି। ବିରୋଧୀ ବୃଦ୍ଧି ପାଇବେ। ଆଳସ୍ୟ ପରିତ୍ୟାଗ କରି ନିଜ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା କରିବେ।

କନ୍ୟା: ପରିବାରରେ କୌଣସି କଥାକୁ ନେଇ ମନାନ୍ତର ଦେଖା ଦେଇପାରେ । କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଦିନଟିରେ ଚଳଚଞ୍ଚଳ ରହିବେ । ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ।

ତୁଳା: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ସଫଳ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହି ନିଜ ପ୍ରତି ଅବହେଳା କରିବେ।

ବିଛା: ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରନ୍ତୁ। ଆର୍ଥିକ ବିଷୟକୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ। ମହିଳାମାନେ ଅସ୍ଥିରମନା ହୋଇ କଷ୍ଟ ପାଇପାରନ୍ତି।

ଧନୁ: ଦିନଟି ପ୍ରସନ୍ନତା ଭିତରେ କଟିବ। ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ।

ମକର: ପରିବାର ସହ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପରିଶ୍ରମୀ ହେବେ। ଅନ୍ୟ ସହ ନିଜ ଜ୍ଞାନକୁ ବାଣ୍ଟି ପ୍ରଶଂସା ସାଉଁଟିବେ। ସନ୍ତାନସନ୍ତତିଙ୍କ କାର୍ଯ୍ୟରେ ଖୁସି ହେବେ।

କୁମ୍ଭ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଅକ୍ଳେଶରେ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟରେ ଉତ୍ତମ ଆୟ ଯୋଗ ରହିଛି। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

ମୀନ: ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ସାଙ୍ଗସାଥୀଙ୍କଠାରୁ ନୂତନ କାର୍ଯ୍ୟ ଶିଖି ଏହାର ଉପଯୋଗ କରିବେ।

Leave A Reply

Your email address will not be published.