ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ଭାରତୀୟ ବାୟୁସେନାର ଆଜି ୮୯ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ ।୮ ଅକ୍ଟେବାର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଭାରତୀୟ ବାୟୁସେନା ତାର ପ୍ରତିଷ୍ଠା ଦିବସକୁ ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ ହେଉଛି।


ବାୟୁସେନାର ଏହି ଉତ୍ସବରେ ଫାଈଇଟର୍ ଜେଟ୍ ରାଫେଲ୍ ପ୍ରମୁଖ ଆକର୍ଷଣ ସାଜିଛି। ଆଜି ସାରା ବିଶ୍ୱ ଆକାଶରେ ଭାରତୀୟ ସେନାର ବଳ ଦେଖୁଛି। ପରେଡଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ , ତେଜସ ଭଳି ଅତ୍ୟାଧୁନିକ  ଫାଈଟର ଜେଟ୍‌ ଆକାଶମାର୍ଗରେ ଯୁଦ୍ଧର ଋଣକୌଶଳ ପଦର୍ଶନ କରୁଛନ୍ତି।  ଆକାଶମାର୍ଗରେ ବାୟୁସେନା କର୍ମଚାରୀ ମଧ୍ୟ ନିଜର କଳାକୌଶଳ ପ୍ରଦର୍ଶନ କରୁଛନ୍ତି।


୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନାର ଗଠନ ହୋଇଥିଲା । ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ କରାଇଥିଲା । ୧୯୫୦ ମସିହାରେ ଯେତେବେଳେ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା, ସେହି ସମୟରେ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଥିଲା ।ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିନ୍ଦନ ବିମାନଘାଟିରେ ତାହା ପାଳିତ ହେଉଛି ।


ଆମେରିକା, ଚୀନ ଓ ଋଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।ଭାରତୀୟ ବାୟୁସେନାରେ ସି-୧୭ ଗ୍ଲୋବେମାଷ୍ଟର ପରି ବୃହତ୍ କାର୍ଗୋ ବିମାନ ରହିଛି । ଯାହା ଭାରି ଟ୍ୟାଙ୍କ ବହନ କରିବାକୁ ସକ୍ଷମ ।ଆମ ଭାରତୀୟ ବାୟୁସେନାର ମୋଟ ‘ନଭମ ସ୍ପର୍ଶମ ଦୀପ୍ତମ’ ଅଟେ । ଯାହାର ଅର୍ଥ ଗୌରବର ସହ ଆକାଶକୁ ସ୍ପର୍ଶ କରିବା । ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଏହା ନିଆଯାଇଛି ।ଆମ ବାୟୁସେନାରେ ପ୍ରାୟ ୧୪୦୦୦ ଏୟାରକ୍ରାଫ୍ଟ ଏବଂ ୧, ୭୦,୦୦୦ରୁ ଅଧିକ ସୈନିକ ରହିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିନ୍ଦନ ଏୟାରଫୋର୍ସ ଷ୍ଟେସନ ଏସିଆର ସର୍ବବୃହତ ଏବଂ ବିଶ୍ବର ଅଷ୍ଟମ ବୃହତ ବିମାନ ଘାଟି ଅଟେ ।

Leave A Reply

Your email address will not be published.