ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୮୩ ବର୍ଷୀୟ ବୃଦ୍ଧଙ୍କ ଆଗରେ ହାର ମାନିଲା କରୋନା

ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ବାଲିଗୁଡ଼ାରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ଶ୍ୟାମଘନ ପଣ୍ଡା । କନ୍ଧମାଳ ବାଲିଗୁଡା ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡାଙ୍କୁ ଗତ କିଛି ଦିନ ତଳେ ଜ୍ୱର ଲାଗି ରହିଥିଲା । ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ୟାମଘନଙ୍କୁ ବାଲିଗୁଡ଼ା ବଡ଼ଗାଁରେ ଥିବା କୋଭିଡ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବା ପରେ ସମୟରେ କୋଭିଡ୍ କେୟାର୍ ସେଣ୍ଟରର ଡାକ୍ତର ଅଭିନନ୍ଦନ ଜଣାଇବା ସହ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେଇଥିଲେ ।

Leave A Reply

Your email address will not be published.