ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ, କ୍ୟାସିଆର ଥାନାରେ ଅଟକ

ବୈପାରୀଗୁଡା: ବୈପାରୀଗୁଡା ସ୍ଥିତ ଇଣ୍ଡିଆନ ଅଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ l ବ୍ୟାଙ୍କ ଶାଖା ପରିଚାଳକ ବୌପାରିଗୁଡା ଥାନାରେ ଦେଲେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ, ଗତ କାଲି ଶାଖା ପରିଚାଳକ ପ୍ରବୀର କୁମାର ପ୍ରଧାନ ବ୍ୟାଙ୍କ ଶାଖାରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଥିବା ଜାଣିପାରି ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଶାଖା ପରିଚାଳକ ବୈପାରୀଗୁଡା ଥାନାରେ ୮୦ ଲକ୍ଷ ଟଙ୍କା ଉଭାନ ନେଇ ଲିଖିତ ଅଭିଯୋଗ କରିଥିଲେ l

ଅଭିଯୋଗ ପ୍ରକାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରୀଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଆଜି ସକାଳେ ବ୍ୟଙ୍କକୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ହିସାବରକ୍ଷକ (କ୍ୟାସିଅର ) ସନ୍ତୋଷ କୁମାର ଡାକୁଆଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l ତେବେ ଟଙ୍କା ଉଭାନ ଘଟଣାକୁ କ୍ୟାସିଆର ମଧ୍ୟ୍ୟ ସ୍ୱୀକାର କରିଛନ୍ତି କିନ୍ତୁ କିପରି ହୋଇଛି ତାହା ଜାଣି ନ ଥିବା ପ୍ରକାଶ କରିଛନ୍ତି l କିନ୍ତୁ ବୈପାରୀଗୁଡା ପୋଲିସ କ୍ୟାସିଆରଙ୍କୁ ବୈପାରୀଗୁଡା ଥାନାରେ ଅଟକ ରଖି ତଦନ୍ତ କରୁଛି l ତେବେ ଏତେ ପରିମାଣର ଟଙ୍କା ବ୍ୟାଙ୍କରୁ ଉଭାନ ହେବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ଏସଡିପିଓ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ପରେ ସତ୍ୟ ସାମ୍ନା କୁ ଆସିବ ବୋଲି ପ୍ରକାଶ କରିଛନ୍ତି l

Leave A Reply

Your email address will not be published.